ନମତାରା ଗୁଳିକାଣ୍ଡ ଘଟଣା : କେନ୍ଦ୍ରାଂଚଳ ଆରଡିସି ଅଫିସରେ ହାଜର ହେଲେ ପୁର୍ବତନ ଏସପି ସତୀଶ ଗଜଭିୟେ

20

କେନ୍ଦ୍ରାପଡା : ନମତରା ଗୁଳିକାଣ୍ଡ ମାମଲାରେ କେନ୍ଦ୍ରାଂଚଳ ଆରଡିସିଙ୍କ ନିକଟରେ ହାଜର ହୋଇଛନ୍ତି ପୂର୍ବତନ ଏସପି ସତିଶ ଗଜଭିୟେ । ଏହା ସହ ଗଜଭିୟେ ସତ୍ୟପାଠ ଦାଖଲ କରିଛନ୍ତି । ସତିଶ ଗଜଭିୟେଙ୍କ ସମେତ ତାଙ୍କ ପିଏସଓ ଓ ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯାଇଛି । ଏହି ଘଟଣାରେ ୫୦ରୁ ଅଧିକ ଲୋକଙ୍କୁ ଜେରା କରାଯାଇଛି । ଅକ୍ଟୋବର ଶେଷ ସୁଦ୍ଧା ଚୂଡାନ୍ତ ତଦନ୍ତ ରିପୋର୍ଟ ପ୍ରକାଶ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଂଚଳ ଆରଡିସି ଅଖିଳ ବିହାରୀ ଓତା ।

୨୦୧୫ ମାର୍ଚ୍ଚ ୮ରେ ନମତରାରେ ମଦ ଦୋକାନ ଉଚ୍ଛେଦ ଦାବି ବେଳେ ଗୁଳିକାଣ୍ଡ ଘଟିଥିଲା । ଗୁଳି ଚଳାଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମାନବାଧିକାର କମିଶନ ନିର୍ଦେଶ ଦେଇଥିଲେ । ଏହି ଘଟଣାର ତଦନ୍ତ ଭାର ପୁଲିସ ପରେ କେନ୍ଦ୍ରାଂଚଳ ଆରଡିସିଙ୍କୁ ହସ୍ତାନ୍ତର କରାଯାଇଥିଲା ।