ଚନ୍ଦ୍ରାୟନ-୨ ଉତକ୍ଷେପଣ ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ : ବେଦ ଓ ବିଷ୍ଣୁପୁରାଣ ପ୍ରତି ଧ୍ୟାନ ଦିଅନ୍ତୁ ବୈଜ୍ଞାନିକ

651

କନକ ବ୍ୟୁରୋ : ଚନ୍ଦ୍ରାୟନ-୨ ଉତକ୍ଷେପଣ ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ । ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ କହିଛନ୍ତି, ବିଷ୍ଣୁପୁରାଣ, ବାୟୁପୁରାଣ ଓ ବେଦରେ ଚନ୍ଦ୍ରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି । ବୈଜ୍ଞାନିକମାନେ ବେଦ ପୁରାଣ ପଢ଼ିବା ଉଚିତ୍ । ଏସବୁ ପୁରାଣରେ ଚନ୍ଦ୍ରର ଦୂରତା ଓ ପରିଧିକୁ ଆକଳନ କରାଯାଇଛି ।

ପୁରାଣ ଅନୁସାରେ , ଚନ୍ଦ୍ରର ବ୍ୟାସ ଏଗାର ହଜାର ଯୋଜନ ଓ ପରିଧି ୩୩ ହଜାର ଯୋଜନ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ଏବଂ ଚନ୍ଦ୍ରର ମୋଟେଇ ୫୯ ଯୋଜନ ବୋଲି ଫେସବୁକରେ ସୂଚନା ଦେଇଛନ୍ତି ନିଶ୍ଚଳାନନ୍ଦ ସରସ୍ୱତୀ । ଚନ୍ଦ୍ରାୟନ-୨ର ଉତକ୍ଷେପଣ ପାଇଁ ସେ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବା ସହ ବୈଦିକ ପୁରାଣର ତଥ୍ୟ ଉପରେ ଧ୍ୟାନ ଦେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ।

ସୂଚନାଯୋଗ୍ୟ ଅନେକ ଅପେକ୍ଷା ପରେ ଜୁଲାଇ ୨୨ ତାରିଖରେ ଦିନ ୨ଟା ୪୩ ମିନିଟରେ ଶ୍ରୀହରିକୋଟାରୁ ଅନ୍ତରୀକ୍ଷକୁ ଚନ୍ଦ୍ରାୟନ-୨ ର ସଫଳ ଉତକ୍ଷେପଣ ହୋଇଥିଲା । ଜୁଲାଇ ୧୫ ତାରିଖରେ ଉତକ୍ଷେପଣ ହେବାକୁ ଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଘଂଟା ପୂର୍ବରୁ ଚନ୍ଦ୍ରାୟଣ-୨ ଉତକ୍ଷେପରଣର ବନ୍ଦ କରାଯାଇଥିଲା ।