ସମ୍ବଲପୁର ଡ୍ରେସକୋଡକୁ ନେଇ ୨ ମନ୍ତ୍ରୀଙ୍କ ଭିତରେ ବିବାଦ । ଗଣ ଶିକ୍ଷାମନ୍ତ୍ରୀ କହିଲେ, ଆଲୋଚନା ନକରି ଘୋଷଣା କରିଛନ୍ତି ହସ୍ତତନ୍ତ ମନ୍ତ୍ରୀ

32

କନକ ବ୍ୟୁରୋ: ସମ୍ବଲପୁରୀ ଡ୍ରେସକୋର୍ଡକୁ ନେଇ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ବିବାଦ । ତେବେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର କହିଛନ୍ତି ଗଣଶିକ୍ଷା ବିଭାଗ ସହ ଆଲୋଚନା ନକରି ଘୋଷଣା କରିଛନ୍ତି ହସ୍ତତନ୍ତ ମନ୍ତ୍ରୀ । ଏନେଇ ସେ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆଙ୍କ ସହ ଆଲୋଚନା କରିଛନ୍ତି । କିନ୍ତୁ ଗଣଶିକ୍ଷା ବିଭାଗ ସହ ଆଲୋଚନା କରାନଯାଇ ନିଷ୍ପତି ନିଆଯାଇନଥିବାରୁ ଏବେ ଅଡୁଆ ପରିସ୍ଥିିତି ସୃଷ୍ଟି ହୋଇଛି ।

 

 

ଅନ୍ୟପଟେ ସ୍ନେହାଙ୍ଗୀନି ଛୁରିଆ କହିଛନ୍ତି ପ୍ରଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ହସ୍ତତନ୍ତ ବାନ୍ଧକଳା ଡ୍ରେସ୍ କୋର୍ଡ କରାଯିବ । ଏହାପରେ କଲେଜରେ ଲାଗୁ ହେବ । ଶେଷରେ ଛାତ୍ରଛାତ୍ରୀଙ୍କ ପାଇଁ ଡ୍ରେସ କୋର୍ଡ ଘୋଷଣା କରାଯିବ । ଆସନ୍ତା ଜାନୁୟାରୀ ୧୮ରୁ ୨୫ ଭିତରେ ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରାଯିବ । କେବଳ ପଶ୍ଚିମ ଓଡିଶାରେ ନୁହେଁ ସାରା ଓଡିଶାର ସ୍କୁଲରେ ଏହା ଲାଗୁ ହେବ ।