ସିନେମା ହଲରେ ଫିଲ୍ମ ପୂର୍ବରୁ ଜାତୀୟ ସଂଗୀତ ଗାନ ବାଧ୍ୟତାମୂଳକ ନୁହେଁ । ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

44

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସିନେମା ହଲରେ ଫିଲ୍ମ ପୂର୍ବରୁ ଜାତୀୟ ସଂଗୀତ ଗାନ ବାଧ୍ୟତାମୂଳକ ନୁହେଁ ବୋଲି ଆଜି କହିଛନ୍ତି ସୁପ୍ରିମକୋର୍ଟ । ଜାତୀୟ ସଂଗୀତ ଉପରେ ସରକାର ନିୟମ କରିବାକୁ  ସେ  ନିର୍ଦେଶ ଦେଇଛନ୍ତି । ତା ସହ ନିଜ ପୂର୍ବ ନିଷ୍ପତ୍ତିକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ । ୨୦୧୬ ନଭେମ୍ବରରେ କୋର୍ଟ ଏହି ନିୟମରେ କିଛି ପରିବର୍ତନ ଆଣିବାକୁ ମାନ୍ୟବର  ଉଚ୍ଚନ୍ୟାୟାଳୟକୁ ଅନୁରୋଧ କରିଥିଲେ ।

 ସିନେମାହଲରେ ଜାତୀୟ ସଙ୍ଗୀତ ଗାନକୁ ନେଇ  ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା । ୨୩  ଅକ୍ଟୋବର ୨୦୧୭ ମସିହାରେ  ସୁପ୍ରିମକୋର୍ଟ କହିଥିଲେ , ସିନେମାଘର ଓ ଅନ୍ୟ ସ୍ଥାନରେ ଜାତୀୟ ସଙ୍ଗୀନ ଗାନ ବାଧ୍ୟତାମୂଳକ ହେବ କି ନାହିଁ ତା କେନ୍ଦ୍ର ସରକାର ସ୍ଥିର କରନ୍ତୁ ।ସୁପ୍ରିମକୋର୍ଟରେ ଏ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।  ଏ ବାବଦରେ ସୁପ୍ରିମକକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ବି ଜାରି କରିଥିଲେ ।

 ଗତକାଲି ଏ ନେଇ ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଥିଲେ ଜାତୀୟ ସଙ୍ଗୀତକୁ  ବର୍ତମାନ ପାଇଁ ସିନେମାହଲରେ ବାଧ୍ୟମୂଳତକ କରା ନ ଯାଉ । ସତ୍ୟପାଠରେ କେନ୍ଦ୍ର ସରକାର କହିଥିଲେ- ସରକାର ଏ ନେଇ ଏକ କମିଟି ଗଠନ କରିଛନ୍ତି ।୬ ମାସ ମଧ୍ୟରେ ଏହି କମିଟି ରିପୋର୍ଟ ଦେବ । ତେଣୁ  ରିପୋର୍ଟ ଆସିଲା ଯାଏଁ ଜାତୀୟ ସଙ୍ଗୀତକୁ ବାଧ୍ୟତାମୂଳକ କରାନଯାଉ ।