କରୋନା ସତର୍କତା ପାଇଁ ବନ୍ଦ ହେଲା ସେଲୁନ । ବିଉଟିପାର୍ଲର ଓ ସ୍ପା ସେଂଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ।

1,026

କନକ ବ୍ୟୁରୋ : କରୋନା ସତର୍କତା ପାଇଁ ବନ୍ଦ ହେଲା ସେଲୁନ । ସେଲୁନ, ବିଉଟିପାର୍ଲର ଓ ସ୍ପା ସେଂଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି ।

ଏହି ସବୁ ସ୍ଥାନରେ ଦୂରତା ରକ୍ଷା କରିବା ସମ୍ଭବ ନୁହେଁ । ସେବା ଯୋଗାଇବା ସମୟରେ ଗ୍ରାହକ ଓ ସେବା ଯୋଗାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଗୋଟିଏ ମିଟର ଦୂରତା ରଖିବା ସମ୍ଭବ ନୁହେଁ । ତେଣୁ ଏଗୁଡିକୁ ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସେଲୁନ, ବିଉଟିପାର୍ଲର ଓ ସ୍ପା ସେଂଟର ବନ୍ଦ ରହିବ ।