ବାରମ୍ବାର ଅଭିଯୋଗ ପରେ ବି ସରକାର ଶୁଣିଲେନି ଗ୍ରାମବାସୀଙ୍କ ଦୁଃଖ ! ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ଗ୍ରାମବାସୀଙ୍କ ଭିନ୍ନ ପ୍ରତିବାଦ

36

କନକ ବ୍ୟୁରୋ : ନିର୍ବାଚନ ବେଳେ ପକ୍କା ରାସ୍ତାର ସ୍ୱପ୍ନ ଦେଖାଇଥିଲେ ନେତା । କିନ୍ତୁ ଭୋଟ ପାଇଗଲା ପରେ ନେତା ଭୁଲିଗଲେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି । ଆଉ ବର୍ଷା ଦିନରେ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ । ଫଳରେ ନିରାଶ ହୋଇ ଗ୍ରାମବାସୀମାନେ ବାଧ୍ୟ ହୋଇ କାଦୁଅ ରାସ୍ତାରେ ରୋଇଛନ୍ତି ଧାନତଳି ।

ବିପର୍ଯ୍ୟସ୍ତ ରାସ୍ତାରେ ଧାନତଳି ଲଗାଇ ପ୍ରତିବାଦ କରୁଛନ୍ତି କେନ୍ଦ୍ରାପଡାର ଘନଶ୍ୟାମପୁର ଗ୍ରାମବାସୀ । କାଦୁଅ ରାସ୍ତାରେ ଗାଡିଟିଏ ଗଲାବେଳେ ହଠାତ୍ ଭାରସାମ୍ୟ ହରାଇବସୁଛି । ଆଉ ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଉଛନ୍ତି ମୋଟରସାଇକେଲ ଆରୋହୀ । ବର୍ଷା ଦିନ ଆସିଲେ ଗ୍ରାମବାସୀ ଚିନ୍ତାରେ ପଡିଯାଆନ୍ତି । କାରଣ ବିପଯ୍ୟସ୍ତ ରାସ୍ତା ଯୋଗୁଁ ଯାତାୟତ ଠପ୍ ହୋଇପଡେ ।

ଏହି ଗ୍ରାମରେ ପାଖାପାଖି ୧୦୦୦ରୁ ଉର୍ଦ୍ଧ୍ୱ ଲୋକ ରହୁଥିବାବେଳେ ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ଯିବାକୁ ପଡୁଛି । ବିଶେଷ କରି ଗ୍ରାମର ଅନେକ ଛାତ୍ରଛାତ୍ରୀ ଓ ରୋଗୀ ଏହି ରାସ୍ତା ଦେଇ ଗଲାବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଗ୍ରାମବାସୀ ବିଭାଗୀୟ କର୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଜଣାଇଲେ ମଧ୍ୟ ଫଳଶୂନ୍ୟ ବୋଲି ଅଭିଯୋଗ ହୋଇଛି ।