ବାବା ରାମ ରହିମଙ୍କ ବେବି ଗେଟ୍ । ଆଲମାରୀ ଥିଲା ଗୁପ୍ତ ମାଧ୍ୟମ, ପହଂଚୁଥିଲେ ଝିଅଙ୍କ କଲେଜରେ

80

ମାପିହେଉନି ରାମରହିମଙ୍କ ପାପର ଗଭୀରତା । ଦୁଷ୍କର୍ମ ମାମଲାରେ ବାବା ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ କାଳ ଜେଲ ଯିବା ପରେ ଏବେ ପ୍ରତିଦିନ ସାମ୍ନାକୁ ଆସିବାରେ ଲାଗିଛି ବାବାଙ୍କର କଳା କାରନାମାର ଇତିହାସ । ପଂଚତାରକା ହୋଟେଲ ଭଳି ଆଜି ମଧ୍ୟ ତଲାସି କରାଯାଇଛି ବାବାଙ୍କର ଆଶ୍ରମ ଆଉ ଏହି ତଲାସିରେ ବି ମିଳିଛି ପୂର୍ବ ବଳି ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ । ତେବେ ଏମାନଙ୍କ ମଧ୍ୟରେ ରହିଛି ବାବାଙ୍କ ‘ବେବି ଗେଟ୍’ । ଯାହାକୁ ରାମ ରହିମଙ୍କର ଚୋରା କବାଟ ବୋଲି କୁହାଯାଇଛି । ଯାହାକି ଡେରାରେ ଚାଲିଥିବା ଝିଅମାନଙ୍କ ସ୍କୁଲକୁ ଯିବାର ଗୁପ୍ତ ରାସ୍ତା ବାବାଙ୍କ ଗୁମ୍ଫା ସହ ଜଡିତ ଥିଲା । ଏବେ ପ୍ରଶ୍ନ ଉଠିଛି କି ରାମ ରହିମ ଝିଅମାନଙ୍କ ସ୍କୁଲ ଯିବା ରାସ୍ତାକୁ କାହିଁକି ନିଜ ଗୁମ୍ଫା ସହ ସଂଯୋଗ କରିଥିଲା?

ସୂଚନା ମୁତାବକ, ଡେରା ସଚ୍ଚା ସୌଦା ମୁଖ୍ୟ ବାବା ରାମ ରହିମଙ୍କ ଦୁନିଆ କେତେ ଯେ ରଙ୍ଗିନ ଥିଲା ତାହା ଏବେ ତଲାସି ପରେ ସାମ୍ନାକୁ ଆସିଛି । ଆଜି ପୁଲିସ ତଲାସି କରିବା ସମୟରେ ଆଶ୍ରମରେ ଥିବା ଏକ ଗୁପ୍ତ କବାଟର ସନ୍ଧାନ ଲଗାଇଥିଲା । ଯାହାକୁ ବେବି ଗେଟ୍ ତଥା ସେକ୍ସ ଗେଟ୍ ବୋଲି କୁହାଯାଇଛି ।

ତେବେ ଏହି ରାସ୍ତା ଜରିଆରେ ବାବା ନିଜ ଦେହର ଭୋକକୁ ମେଂଟାଉଥିବା ଜଣା ପଡିଛି । ସବୁଠାରୁ ବଡ କଥା ହେଲା ଏହାର ସାମାନ୍ୟ ଆଭାସ ବି କାହାକୁ ଲାଗି ନଥିଲା । ଏହି ଖୁଲାସା ଡେରାରୁ ଝିଅମାନଙ୍କୁ ସ୍ଥାନାନ୍ତର କରିବାକୁ ପହଂଚିଥିବା କଲ୍ୟାଣ ଟିମର ତଲାସି ସମୟରେ କରାଯାଇଛି । ଏହି ସମୟରେ ଆଶ୍ରମରେ ଥିବା ପ୍ରତିଟି କୋଠରୀକୁ ତନ୍ନ ତନ୍ନ କରି ଯାଂଚ କରାଯାଉଥିବା ବେଳେ ବାବାର କୋଠରୀରେ ଏକ ଆଲମାରୀ ଥିବା ଦେଖାଯାଇଥିଲା । ଏଥିରେ ଏକ ତାଲା ଝୁଲୁଥିଲା । ପରେ ଏହାକୁ ଭଙ୍ଗାଯିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ । ଏହି ଆଲମାରୀ ମଧ୍ୟରେ ଏକ ଗୁପ୍ତ କବାଟ ବି ରହିଥିଲା । ଯେତେବେଳେ ତଦନ୍ତ ଦଳ ଏହି ଗୁପ୍ତ କବାଟ ଦେଇ ଆଗକୁ ଯାଇଥିଲେ ସେମାନେ ରାମ ରହିମଙ୍କ ଗୁମ୍ଫାରେ ଯାଇ ବାହାରି ଥିଲେ । ଯାହାପରେ ବାବାଙ୍କ ସମସ୍ତ ରହସ୍ୟ ଉପରୁ ପରଦା ହଟିଥିଲା ।

ଏଠାରେ ଆମେ କହି ରଖୁଛୁ କି, ସିରସାରେ ସଚ୍ଚା ସୌଦାର ଦୁଇଟି ଆଶ୍ରମ ରହିଛିି । ଗୋଟିଏ ନୁଆ ଏବଂ ଅନ୍ୟଟି ହେଲା ପୁରୁଣା । ତେବେ ପୁରୁଣା ଆଶ୍ରମରେ ଝିଅମାନଙ୍କ ପାଇଁ ସ୍କୁଲ ରହିବା ସହ କଲେଜ ମଧ୍ୟ ରହିଛି । ଯେବେକି ନୁଆ ଡେରାରେ ପୁଅମାନଙ୍କର ସ୍କୁଲ ରହିଥିଲା । ଯେଉଁଥିରେ ରୁହନ୍ତି ଖୋଦ୍ ବାବା ରାମ ରହିମ । ପରବର୍ତ୍ତୀ ସମୟରେ ରାମ ରହିମ ଝିଅମାନଙ୍କ ପାଇଁ ଥିବା ଏହି ସ୍କୁଲ ଏବଂ କଲେଜକୁ ନୁଆ ଡେରା ଏବଂ ପୁଅମାନଙ୍କର ସ୍କୁଲକୁ ପୁରୁଣା ଡେରାକୁ ସ୍ତାନାନ୍ତରିତ କରିଦେଇଥିଲା ।

ଅଭିଯୋଗ ଆସିଛି କି, ରାମ ରହିମ ନିଜର ରହସ୍ୟମୟ ଗୁମ୍ଫା ଭିତରକୁ ଝିଅମାନଙ୍କ ଚୟନ କରି ଆଣୁଥିଲା ଆଉ ସେମାନଙ୍କ ଖରାପ କାମ କରୁଥିଲା । ଯେବେକି ବାବାଙ୍କ ଅନ୍ୟ ଗୁମ୍ଫାଗୁଡିକରେ କେବଳ ସ୍ୱାଧୀମାନଙ୍କ ପ୍ରବେଶ ପାଇଁ ଅନୁମତି ରହିଥିଲା । ସିରସାର ଜିସି ପ୍ରଭଜୋତ ସିଂହ ଏସଂପର୍କରେ ସୂଚନା ଦେଇଛନ୍ତି କି, ସର୍ଚ୍ଚ ଅପରେସନରେ ଅର୍ଦ୍ଧ ସୈନିକ ବଳ ଓ ପୋଲିସର ୫ହଜାର ସୁରକ୍ଷା କର୍ମୀ ନିୟୋଜିତ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଉଲ୍ଲେଖଯୋଗ୍ୟ କି, ବିବାଦୀୟ ବାବା ରାମରହିମଙ୍କ ଆଶ୍ରମର ଖାନ ତଲାସି ଆରମ୍ଭ ହୋଇଛି । ସିରସା ଡେରା ସଚ୍ଚା ସୌଦାର ୭ନମ୍ବର ଗେଟରୁ ଆଶ୍ରମ ଭିତରକୁ ଯାଇଛି ଟିମ୍ । ଖାନତଲାସିରେ ଯାଇଥିବା କର୍ମଚାରୀ ପ୍ରଥମେ ବିବାଦୀୟ ବାବାଙ୍କ ମିଡିଆ ମନିଟରିଂ ରୁମରୁ ତଦନ୍ତ ଆରମ୍ଭ କରିଥିଲେ । ଯେଉଁଠାରୁ ଲ୍ୟାପଟପ, କମ୍ପୁଟର, ହାର୍ଡଡିସ୍କକ ସହ ଅନ୍ୟାନ୍ୟ ସାଗ୍ରୀ ଜବତ କରାଯାଇଛି । ଏହାସହ ବିପୁଳ ନଗଦ ଟଙ୍କା ଓ ପ୍ଲାଷ୍ଟିକ କରେନ୍ସି ମଧ୍ୟ ଜବତ କରିଥିଲା ଟିମ୍ । ଆଶ୍ରମର ଦୁଇଟି କୋଠରୀକୁ ସିଲ୍ ମଧ୍ୟ କରିଦିଆଯାଇଛି । ଅନ୍ୟପଟେ, ଅନ୍ୟ ଏକ ଟିମ୍ ଡେରା ପରିସରରେ ଥିବା ମେଡିଟେସନ ହଲ, ଚର୍ଚ୍ଚା ଗୃହ, ପ୍ରିଟିଂ ପ୍ରେସ ଓ ଗେଷ୍ଟ ହାଉସର ତନ୍ନ ତନ୍ନ କରି ତଲାସି କରିଥିଲେ । ତେବେ ଡେରାର ଖାନତଲାସି ପାଇଁ ଫରେନସିକ ଟିମର ସହାୟତା ମଧ୍ୟ ନିଆଯାଇଛି ।

ସୌଜନ୍ୟ: ଆଜତକ୍