ବସ୍ତା ଜମାଳପୁର ନିକଟରେ କଣ୍ଟେନର ଓ ସ୍କୁଟି ମୁହାଁମୁହିଁ ଧକ୍କା : ଦୁର୍ଘଟଣା ପରେ ହୁତହୁତ୍ ହୋଇ ଜଳିଗଲା କଣ୍ଟେନର

111

କନକ ବ୍ୟୁରୋ : କଣ୍ଟେନର ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଏକ ସ୍କୁଟିକୁ ଧକ୍କା ଦେଇଥିଲା କୁରକୁରେ ବୋଝେଇ କଣ୍ଟେନର । ମୃତକ ହେଲେ ଜଳେଶ୍ୱର ନୂଆବଜାର ଅଞ୍ଚଳର ଲକ୍ଷ୍ମୀଧର ପାତ୍ର । କୋଲକାତାରୁ ବାଲେଶ୍ୱର ଯାଉଥିବା ଏକ କଣ୍ଟେନର ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ସ୍କୁଟିଟି ପ୍ରାୟ ୧୦୦ ମିଟର ଘୋଷାଡି ହୋଇଯାଇଥିଲା । ସ୍କୁଟିରୁ ନିଆଁ ବାହାରି କଣ୍ଟେନର ଜଳିଯାଇଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର କୁରକୁରେ ନଷ୍ଟ ହୋଇଯାଇଛି । ଜଳେଶ୍ୱର ଓ ବସ୍ତା ଦମକଳବାହିନୀ ନିଆଁକୁ ଆୟତ କରିଥିଲେ । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।