ଟିଆରପି ଦୁର୍ନୀତିର ବଡ ଖୁଲାସା : ବାର୍କର ସିଇଓ ପାର୍ଥ ଦାସଗୁପ୍ତାଙ୍କୁ ୩ବର୍ଷରେ ୪୦ଲକ୍ଷ ଟଙ୍କା ଦେଇଛନ୍ତି ଅର୍ଣ୍ଣବ; ଅର୍ଣ୍ଣବଙ୍କ ଟଙ୍କାରେ ବିଦେଶ ବୁଲୁଥିଲେ ପାର୍ଥ

209

କନକ ବ୍ୟୁରୋ : ଅର୍ଣ୍ଣବଙ୍କ ଟଙ୍କାରେ ବିଦେଶ ବୁଲୁଥିଲେ ପାର୍ଥ ଦାସଗୁପ୍ତା । ଟିଆରପି ଅର୍ଥାତ ଜାଲିଆତି କରି ଟିଭି ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ବଢ଼ାଇବା ପାଇଁ ଏମିତି ହୋଇଥିଲା ଡିଲ୍ । ମୁମ୍ବାଇ ପୋଲିସକୁ ହାତଲେଖା ସ୍ୱିକାରୋକ୍ତି ଦେଇଛନ୍ତି ବାର୍କର ସିଇଓ ପାର୍ଥ ଦାସଗୁପ୍ତା । ଏଥିରେ ସେ ଲେଖିଛନ୍ତି ପାର୍ଥଙ୍କ ପରିବାର ବିଦେଶ ବୁଲିବା ପାଇଁ ୩ବର୍ଷ ଭିତରେ ୪୦ ଲକ୍ଷ ଟଙ୍କା ଦେଇଥିଲେ ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ।

୨୦୦୪ରୁ ସେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାଣିଥିଲେ ଏବଂ ପାର୍ଥ ୨୦୧୩ରେ ବାର୍କର ସିଇଓ ଭାବେ ଯୋଗ ଦେଲେ । ୨୦୧୭ରେ ଅର୍ଣ୍ଣବ ଗୋସ୍ୱାମୀ ରିପବ୍ଲିକ ଟିଭି ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଯୋଗାଯୋଗ କରି ପରୋକ୍ଷରେ ସହାୟତା କରିବା ପାଇଁ ପ୍ରବତାଇଥିଲେ । ୨୦୧୭ର ୨୦୧୯ ଭିତରେ ପାର୍ଥଙ୍କ ପରିବାର ବିଦେଶ ବୁଲିବା ପାଇଁ ୪୦ଲକ୍ଷ ଟଙ୍କା ଦେଇଥିଲେ ଅର୍ଣ୍ଣବ ।

ଏହି ଟଙ୍କାରେ ପାର୍ଥଙ୍କ ପରିବାର ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ସ୍ୱଡେନ ଏବଂ ଡେନମାର୍କ ବୁଲିବାକୁ ଯାଇଥିଲେ ବୋଲି ପାର୍ଥ ଦାସଗୁପ୍ତା ତାଙ୍କ ହାତ ଲେଖା ସ୍ୱିକାରୋକ୍ତିରେ କହିଛନ୍ତି । ଏହି ଉପହାର ବଦଳରେ ବାର୍କର ସିିଇଓ ଅର୍ଣ୍ଣବଙ୍କ ଟିଭି ଚ୍ୟାନେଲର ଟିଆରପି ହେରଫେର କରିଥିବା ମୁମ୍ବାଇ ପୋଲିସ ଆଗରେ ସ୍ୱିକାର କରିଛନ୍ତି ।