ରିଲାଏନ୍ସ ଜିଓ ଦେଉଛି ଆୟ କରିବାର ମଉକା ! ୨୫ ରୁ ୩୦ ହଜାର ଯାଏଁ କମାନ୍ତୁ ପ୍ରତି ମାସ

59

ରିଲାଏନ୍ସ ଜିଓର ମାଗଣା ସେବାର ତ ଆପଣ ଅନେକ ଭରପୁରଫାଇଦା ଉଠାଉଛନ୍ତି, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ରିଲାଏନ୍ସ ଜିଓ ଦ୍ୱାରା ଆପଣ ଟଙ୍କା ମଧ୍ୟ ଆୟ କରି ପାରିବେ । ରିଲାଏନ୍ସ ଜିଓ ଲୋକଙ୍କୁ ଦେଉଛି ଟଙ୍କା କମାଇବାର ସ୍ୱର୍ଣ୍ଣିମ ମଉକା । ଆସୁଥିବା କିଛି ମାସରେ ରିଲାଏନ୍ସ ଜିଓ ପୁରା ଦେଶରେ ପାଖାପାଖିି ୬୫,୦୦୦ ମୋବାଇଲ ଟାୱାର ଲଗାଇବା ପାଇଁ ଯୋଜନା କରୁଛି ।

ଏକଥା ନିଜେ କହିଛନ୍ତି ମୁକେଶ ଆମ୍ବାନୀ । ଆପଣଙ୍କୁ କହି ରଖୁଛୁ ବର୍ତ୍ତମାନ କମ୍ପାନୀ ପୁରା ଦେଶରେ ପାଖାପାଖି ୧ ଲକ୍ଷ ମୋବାଇଲ ଟାୱାର ରହିଛି କିନ୍ତୁ କମ୍ପାନୀ ଏହାକୁ ବଢାଇ ଦୁଇ ଗୁଣା କରିବା ପାଇଁ ଚାହୁଁଛି । ଆପଣ ବି ମୋବାଇଲ ଟାୱାର ଲଗାଇ ଟଙ୍କା ଆୟ କରିପାରିବେ । ଆପଣ ଜିଓର ଏହି ମୋବାଇଲ ଟାୱାର ନିଜ ଜମି କିମ୍ବା ଛାତ ଉପରେ ଲଗାଇ ପାରିବେ ।

ଏଥିପାଇଁ ଆପଣଙ୍କୁ ଟାୱାର ଲଗାଉଥିବା କମ୍ପାନୀ ଗୁଡିକର ୱେବସାଇଟ ଯିବାକୁ ହବ ଏବଂ ସେଠାରେ ଆପଣଙ୍କୁ ଏକ ଲିଙ୍କ ମିଳିବ ଯେଉଁଠି ଆପଣ ନିଜର ବ୍ୟକ୍ତିଗତ ସୂଚନା ଦେଇପାରିବେ । ଏଇଠି କହି ରଖୁଛୁ ମୋବାଇଲ କମ୍ପାନୀ ଟାୱାର ଲଗାଇବା ପାଇଁ ବେସରାକରୀ କମ୍ପାନୀ ଗୁଡିକୁ କଣ୍ଟ୍ରାକ୍ଟ ଦିଅନ୍ତି । ଏଥିରେ ଇଣ୍ଡସ ଟାୱାର, ଆମେରିକାନ ଟାୱାର, କରପୋରେସନ, ଏଟିିସି, ବାୟୋମ ଇତ୍ୟାଦି ରହିଛି ।

ଏଥିପାଇଁ ଆପଣଙ୍କୁ ନିଜର ନାମ, ଠିକଣା, ଜମିର ସବିଶେଷ ତଥ୍ୟ ଦେବାକୁ ପଡିବ । ଏହାସହ ଜYûଇବେ କି ଆ_ଣ ଜମିରେ ନା ଛାତରେ ଟାୱାର ଲଗାଇବେ । ଯଦି ଆପଣ ନିଜ ଛାତରେ ଟାୱାର ଲଗାଇବା ପାଇଁ ଚାହୁଛନ୍ତି ତେବେ ପାଖାପାଖି ୫୦୦ ବର୍ଗଫୁଟର ଜାଗା ଦରକାର । ଆଉ ଯଦି କୌଣସି ଜମି ଉପରେ ଟାୱାର ଲଗାଇବା ପାଇଁ ଚାହୁଁଛନ୍ତି ତେବେ ଦରକାର ୨୦୦୦ ବର୍ଗଫୁଟ ଜାଗା ।

ମୋବାଇଲ ଟାୱାର ଲଗାଇବା ପରେ ମୋବାଇଲ ଅପରେଟର କମ୍ପାନୀ ପ୍ରତି ମାସରେ ଏକ ନିଶ୍ଚିତ ପାଉଣା ଦେଇଥାଏ ଯାହା ସହରରେ ୨୫-୩୦ହଜାର ପର୍ଯ୍ୟନ୍ତ ହୋଇପାରେ । ସବୁଠାରୁ ଭଲ କଥା ହେଲା ଆପଣଙ୍କୁ ଏଥିପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ, ସବୁ ଖର୍ଚ୍ଚ କମ୍ପାନୀ ତରଫରୁ ହେବ ।