ସ୍ମାର୍ଟସିଟିର ‘ନଟି ନାଇଟ୍’ : ରେଭ୍ ପାର୍ଟିରେ ରେଡ୍ ପରେ ଖୋଲିଲା ରାତିର ରାଜଧାନୀର ଅସଲି ଚିତ୍ର

57

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ନଟି ନାଇଟ୍ । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ସ୍ମାର୍ଟ ସିଟିରେ ରେଭ୍ ପାର୍ଟି କିଛି ନୂଆ କଥା ନୁହେଁ । କିନ୍ତୁ ଏହି ରଙ୍ଗୀନ୍ ପାର୍ଟିର ଟାର୍ଗେଟରେ ସ୍କୁଲରେ ପଢୁଥିବା ପୁଅ ଝିଅ । ପ୍ରତି ମାସରେ ଏମିତି ରେଭ୍ ପାର୍ଟିର ଆୟୋଜନ ହେଉଛି ଭୁବନେଶ୍ୱରର ବିଭିନ୍ନ ହୋଟେଲରେ । ତେବେ ଏଥିରେ ସମ୍ଭ୍ରାନ୍ତ ଘରର ସମ୍ଭ୍ରାନ୍ତ ସ୍କୁଲର ପିଲା ସାମିଲ ହେଉଥିବା କଥା ସାମ୍ନାକୁ ଆସିଛି। ଯେଉଁଠି କିଶୋର କିଶୋରୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ପାର୍ଟିର ମଜା ନେଉଛନ୍ତି । ଆଉ ମଦ ନିଶା ଯେତେବେଳେ ଅଘଟଣ ଘଟାଉଛି ସେତେବେଳେ ପଦାରେ ପଡୁଛି ମାନ ସମ୍ମାନ । ଦେଖନ୍ତୁ ଏହି ରିପୋର୍ଟ :