ଲୋକସଭାରେ ରେଳମନ୍ତ୍ରୀଙ୍କ ବୟାନ, କୃଷକ ଆନ୍ଦୋଳନ ପାଇଁ ରେଳ ବିଭାଗର ହୋଇଛି ଏତେ କ୍ଷତି ।

118

କନକ ବ୍ୟୁରୋ : ଗୋଟିଏ ବର୍ଷରୁ ଅଧିକ ହେବ ଚାଲିଥିବା କୃଷକ ଆନ୍ଦୋଳନର ପ୍ରଭାବ ରେଳ ମନ୍ତ୍ରଣାଳୟ ଉପରେ ପଡିଛି । ଏନେଇ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଚଳିତ ଆର୍ଥିକ ବର୍ଷରେ କୃଷକ ଆନ୍ଦୋଳନ ପାଇଁ ସର୍ବାଧିକ କ୍ଷତି ଉତ୍ତର ରେଳ ବିଭାଗର ହୋଇଛି ।

ରେଳ ବିଭାଗର ତରଫରୁ କୁହାଯାଇଛି କି ଚଳିତ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ଉତ୍ତର ରେଳ ଅଞ୍ଚଳରେ ୧୨୧୨ ଟି ପ୍ରଦର୍ଶନ ହୋଇଛି । ଏହି କାରଣରୁ ରେଳ ବିଭାଗ ପାଖା ପାଖି ୨୨ କୋଟି ୫୮ ଲକ୍ଷ ଟଙ୍କା କ୍ଷତି ହୋଇଛି । ଏବେ ସମୟରେ ଦେଶରେ ସବୁଠାରୁ ବଡ ଆନ୍ଦୋଳନ କ୍ଷେତ୍ର ପାଲଟିଛି ଦିଲ୍ଲୀ , ପଞ୍ଜାବ, ହରିଆଣା । ଏହି ଅଞ୍ଚଳରେ ବହୁ ସଂଖ୍ୟାରେ କୃଷକମାନେ ଆନ୍ଦୋଳନ କରୁଛନ୍ତି । ଯାହାର ପ୍ରଭାବ ରେଳ ବିଭାଗର ଆୟ ଉପରେ ପଡିଛି ଓ କୋଟି କୋଟି ଟଙ୍କା କ୍ଷତି ହୋଇଛି ।

ରେଳ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି କି ସ୍ଥାନୀୟ ପୋଲିସ ପ୍ରଶାସନ ଅପରାଧ ରୋକିବା, ପଞ୍ଜିକରଣ କରିବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟ ଦାୟୀ । ରେଳ ବିଭାଗର ଏହା ବି ସ୍ପଷ୍ଟ କରିଛି କି ଆର୍ଥିକ ବର୍ଷ ୨୦୨୧ ରେ ରେଳ ବିଭାଗର ଯାହା କ୍ଷତି ହୋଇଛି ସେଥିପାଇଁ ମୁଖ୍ୟତ ଆନ୍ଦୋଳନ ଦାୟୀ ଓ ସବୁଠାରୁ କ୍ଷତି କୃଷକ ଆନ୍ଦୋଳନ ପାଇଁ ହୋଇଛି ।

ରେଳ ବିଭାଗ ତରଫରୁ ଜାରି କରାଯାଇଥିବା ପରିସଂଖ୍ୟାନ ମୁତାବକ ପୂର୍ବତଟ ରେଳ ୩୩,୪୦,୦୦୦୦ ଟଙ୍କା, ପୂର୍ବ ସେଣ୍ଟ୍ରାଲ ରେଲୱେର ୧୫,୧୧,୬୦୨ ଟଙ୍କା, ଇଷ୍ଟ କୋଷ୍ଟାଲ ରେଲୱେ ୬୭୮୯୧୮୨୪ ଟଙ୍କା, ଉତ୍ତର ସେଣ୍ଟ୍ରାଲ ରେଲୱେରେ ୯୩୭୯୫୧ ଟଙ୍କା, ଉତ୍ତର ପୂର୍ବ ରେଲୱେର ୧୪୦୭୨୧୭ ଟଙ୍କା, ଉତ୍ତର-ପଶ୍ଚିମ ରେଲୱେର ୧୧୦୪୪୨୫୬ ଟଙ୍କା, ଦକ୍ଷୀଣତଟ ରେଲୱେର ୮୨୬୩ ଟଙ୍କା, ଦକ୍ଷୀଣ-ପୂର୍ବ ରେଲୱେର ୨୬୧୨୦୬୦୯ ଓ ଦକ୍ଷୀଣ-ପୂର୍ବ ସେଣ୍ଟ୍ରାଲ ରେଲୱେର ୫୭୯୧୮୫ ଟଙ୍କା କ୍ଷତି ହୋଇଛି ବୋଲି ଲୋକସଭାରେ ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ରେଳ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି କି ଭିନ୍ନ ଭିନ୍ନ ଆନ୍ଦୋଳନ କାରଣରୁ ବହୁ ସଂଖ୍ୟାର ଯାତ୍ରୀ ସେମାନଙ୍କ ବୁକିଂ କ୍ୟାନସଲ କରିଛନ୍ତି । ଫଳରେ ରେଳ ବିଭାଗ ବୁକିଂ କ୍ୟାନସଲ କରିଥିବା ଯାତ୍ରୀମାନଙ୍କୁ ଅର୍ଥ ଫେରସ୍ତ କରିବାକୁ ପଡିଥିଲା । ଅନ୍ୟପଟେ ଆନ୍ଦୋଳନ କାରଣରୁ ଅନେକ ସ୍ଥାନରେ ରେଳ କ୍ୟାନସଲ କରିବାକୁ ପଡିଥିଲା ଓ କିଛି ରେଳକୁ ଅଳ୍ପ ସମୟ ପାଇଁ ଟର୍ମିନେଟ କରିବାକୁ ପଡିଥିଲା ।