କଡ଼ାକଡ଼ି ହେବ କୋଭିଡ୍ ନିୟମ । ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।

392

କନକ ବ୍ୟୁରୋ : କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇବା ପରେ ରାଜ୍ୟରେ କରୋନାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, କରୋନା ବିରୋଧରେ ପ୍ରଥମରୁ ହିଁ ପଦକ୍ଷେପ ନେଇଛି ଓଡ଼ିଶା । ପ୍ରଥମ ଓ ଦ୍ୱିତୀୟ ଲହରକୁ ସାମ୍ନା କରିବାରେ ଓଡ଼ିଶା ସଫଳ ହୋଇଛି ।

କରୋନା ବିରୋଧରେ ସଚେତନତା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ତେବେ କୋଭିଡ୍ ନିୟମକୁ ପୂର୍ବଭଳି କଡ଼ାକଡ଼ି ପାଳନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ କୋଭିଡ ନିୟମକୁ କଡ଼ାକଡ଼ି ମାନିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।