ପୁରୀ ବିଜୟରାମଚନ୍ଦ୍ରପୁର ପଲ୍ଲୀସଭାରେ ଗଣ୍ଡଗୋଳ : ଯୁବକଙ୍କୁ ହତ୍ୟା

20

କନକ ବ୍ୟୁରୋ : ପୁରୀ ବିଜୟରାମଚନ୍ଦ୍ରପୁର ପଲ୍ଲୀସଭାରେ ଗଣ୍ଡଗୋଳ । ପଲ୍ଲୀସଭା ଚାଲିଥିବା ବେଳେ ଆକ୍ରମଣ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକଙ୍କ ମୃତ୍ୟୁ ପରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଚିଂଥିଲା । ହେଲେ ପୁଲିସକୁ ବିରୋଧ କରି ଉତ୍ୟକ୍ତ ଲୋକମାନେ ପୁଲିସ ଉପରକୁ ଅଣ୍ଡା ମାଡ ଓ ପଇଡ ମାଡ କରିଛନ୍ତି । ତା ସହ ଲୁଲ ସେନା ପକ୍ଷରୁ ଥାନା ଘେରାଉ କରାଯିବା ସହ ଭୁବନେଶ୍ୱର-ପୁରୀ ରାସ୍ତା ଅବରୋଧ କରାଯାଇଛି ।