ହରିୟାଣା ହିଂସା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କଲେ ଶଙ୍କରାଚାର୍ଯ୍ୟ

38

କନକ ବ୍ୟୁରୋ : ହରିୟାଣା ହିଂସା ପାଇଁ ସିଧାସଳଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଶଙ୍କରାଚାର୍ଯ୍ୟ । ଭୋଟ୍ ରାଜନୀତି ପାଇଁ ରାଜନୈତିକ ଦଳ ମାନେ ସାଧୁସନ୍ଥଙ୍କୁ ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ଓ ନେତାମାନେ ସାଧୁସନ୍ଥଙ୍କୁ ବ୍ୟବହାର କରୁଥିବାରୁ ତାହାର ପରିଣାମ ଏପରି ହୋଇଛି ବୋଲି ସେ କହିଛନ୍ତି । ନିର୍ବାଚନ ସମୟରେ ସାଧୁସନ୍ଥଙ୍କୁ ବ୍ୟବହାର କରିବା ଆଦୌ ଠିକ୍ ନୁହେଁ, ଏଥିପାଇଁ ସରକାର ହିଁ ଦାୟୀ ବୋଲି କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ।

ଗତକାଲି ଡେରା ସଚ୍ଚା ସୌଦର ମୁଖ୍ୟ ବାବା ରାମରହିମଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଯୌନ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ହରିୟାଣାରେ ବ୍ୟାପକ ହିଂସା ଦେଖାଦେଇଛି । ଏଥିରେ ୩୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ କୋଟି କୋଟି ଟଙ୍କାର ଧନ ସମ୍ପତି ନଷ୍ଟ ହୋଇଛି । ବାବାଙ୍କ ସମର୍ଥକ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଘଟାଇବା ସହ ରେଳବଗିକୁ ପୋଡି ଦେଇଥିଲେ ।