ଆମେରିକା ଧାରାବାହିକରେ ନଜର ଆସିବେ ପୂଜା ବତ୍ରା !

54

ବଲିଉଡ ଅଭିନେତ୍ରୀ ପୂଜା ବତ୍ରା ନଜର ଆସିବେ ଆମେରିକା ଧାରାବାହିକରେ । ଆମେରିକା ଟେଲିଭିଜନ ଧାରାବାହିକ ‘ଲିଥଲ ୱେପନ’ରେ ସେ କରିବେ ଅଭିନୟ । ଏହାର ସୁଟିଂ ଏବେ ଆରମ୍ଭ ହୋଇଯାଇଛି । ପୂଜା ଶୁକ୍ରବାର ଦିନ ଟ୍ୱିଟରରେ ହଲିଉଡ ଅଭିନେତା ଡେମନ ୱାୟନ୍ସ ଓ କ୍ଲେୟନ କ୍ରାଫର୍ଡଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି ।

ପୂଜା ଫଟୋ ସହ ଲେଖିଛନ୍ତି, ‘ଲିଥଲ ୱେପନ’ ପାଇଁ ମୋର ପସନ୍ଦ ଯୋଗ୍ୟ ଗୁପ୍ତଚରଙ୍କ ସହ ସୁଟିଂ । କ୍ଲେୟନ କ୍ରାଫର୍ଡ ଓ ଡେମନ ୱାୟନ୍ସ । ’ ଫଟୋରେ ୩ଜଣ କଳାକାରଙ୍କୁ ସେମାନଙ୍କ ସମ୍ବନ୍ଧିତ ପାତ୍ର ରୂପରେ ଦେଖାଯାଇପାରେ । ଏଥିରେ ୟୋର୍ଡାନା ବ୍ରୁଷ୍ଟର ,କିଶା ଶାର୍ପ ଓ କେବିନ୍ ରହମଙ୍କ ଭଳି ଅଭିନେତା ପ୍ରମୁଖ ଭୂମିକାରେ ନଜର ଆସିବେ ।

ଏହା ଶେନ୍ ବ୍ଲେକ୍ ଙ୍କ ଦ୍ୱାରା ତିଆରି ହୋଇଥିବା ଏହି ନାମର ଫିଲ୍ମ ସିରିଜ୍ ଉପରେ ଆଧାରିତ । ବର୍ତ୍ତମାନ ଏହାର ଦ୍ୱିତୀୟ ସିରିଜର ସୁଟିଂ ଚାଲିଛି । ଅଭିନେତ୍ରୀ ପୂଜା ଫିଲ୍ମ ‘ବିରାସତ୍’ , ‘ଚନ୍ଦ୍ରଲେଖା’, ‘ହସିନା ମାନ୍ ଜାଏଗୀ’, ‘କହିଁ ପ୍ୟାର ନ ହୋ ଯାଏ’ ଓ ‘ତାଜ୍ ମହଲ : ଏନ୍ ଇଟର୍ନଲ ଷ୍ଟୋରୀ ’ ଭଳି ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି । ଆଉ ପୂଜା ନିଜର ଏହି ହଲିଉଡ ଯାତ୍ରାକୁ ନେଇ ଖୁବ୍ ଖୁସି ଓ ଆଶାବାଦୀ ।