ଅଣ୍ଡା ପାଇଁ ଆଇନର ଫନ୍ଦା ! ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ ପରେ ଲାଗିଲା ଜାମିନ୍ ବିହୀନ ଦଫା

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ । ବାରିପଦା ନିକଟସ୍ଥ ସୁଳିଆପଦାରେ ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ ନେଇ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ମଂଚରେ ଉପସ୍ଥିତ ଥିବା ବେଳେ ଛାତ୍ର କଂଗ୍ରେସର କିଛି କର୍ମୀ ଅଣ୍ଡା ମାଡ କରିଥିଲେ । ହେଲେ ମଂଚ ତଳେ ପଡିଥିଲା ଅଣ୍ଡା । ଆଉ ଏହା ପରେ ଅଣ୍ଡା ଫୋପାଡି ଥିବା କଂଗ୍ରେସ କର୍ମୀଙ୍କୁ ନିସ୍ତୁକ ମାଡ ମାରିଥିଲେ ବିଜେଡି କର୍ମୀ । କେବଳ ଏତିକି ନୁହେଁ, ଅଣ୍ଡାପାଇଁ ଭାରତୀୟ ପିଙ୍ଗଳ କୋଡର ଅନେକ ଦଫା ତାଙ୍କ ଉପରେ କସି ଦିଆଯାଇଛି । ତା ଭିତରେ ଦୁଇଟି ଜାମିନବିହୀନ ଦଫା ବି ଲାଗିଛି, ଦେଖନ୍ତୁ ଏହି ରିପୋର୍ଟ ।

ଦଫା ୨୯୪- ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ପ୍ରଦର୍ଶନ ଓ ଅପଶବ୍ଦ ପ୍ରୟୋଗ
ଦଫା ୩୮୩- ମନ୍ଦ ଉଦ୍ଦେଶ୍ୟ ରଖି କାହାରିକୁ ଧମକାଇବା ବା ଆଘାତ ଦେବା
ଦଫା ୩୫୩ – ଅର୍ଥାତ ସରକାରୀ କର୍ମଚାରୀଙ୍କୁ ଦାୟିତ୍ୱ ନିର୍ବାହରେ ବାଧା ଦେବା
ଦଫା ୫୦୬- ଅପରାଧିକ ଉଦ୍ଦେଶ୍ୟ ରଖି ଧମକାଇବା ଭଳି ଆଇପିସିର ଧରା ଲଗାଇଛି ପୋଲିସ
ଦଫା ୧୮୬- ସାମାଜିକ ସଭାରେ ସରକାରୀ ଅଧିକାରୀଙ୍କୁ କାମ କରିବାରେ ବାଧା ଦେବା
ଦଫା ୩୪ – ଅର୍ଥାତ ସମାନ ଉଦ୍ଦେଶ୍ୟ ରଖି ଏକାଧିକ ବ୍ୟକ୍ତି ଅପରାଧ ଘଟାଇବା ଆଦି ମାମଲା ଲାଗିଛି

ଦିନିକିଆ ମୟୁରଭଞ୍ଜ ଗସ୍ତରେ ଆସି ଆଜି ସୁଳିଆପଦାରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ସରକାରୀ କାର୍ଯ୍ୟକ୍ରମ କହି ବିଜେଡି ଦଳୀୟ କାର୍ଯ୍ୟକ୍ରମ ଚଳାଇଥିବା ଅଭିଯୋଗରେ ଏଭଳି ପ୍ରତିବାଦ କରିଛି ଛାତ୍ର କଂଗ୍ରେସ ।