ପୁଲୱାମା ଆତଙ୍କୀ ହମଲାକୁ ପୂରିଲା ୨ବର୍ଷ । ଏବେବି ଗୁମୁରି କାନ୍ଦୁଛନ୍ତି ସହିଦ ଓଡିଆ ପୁଅ ମନୋଜ ବେହେରାଙ୍କ ପରିବାର, ମନେ ପକାଉଛନ୍ତି ଗାଁ ଲୋକେ ।

260

କନକ ବ୍ୟୁରୋ: ୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ହୋଇଥିବା ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଓଡିଆ ପୁଅ, ନିଆଳିର ମନୋଜ ବେହେରାଙ୍କୁ ମନେପକାଉଛନ୍ତି ପରିବାର ଲୋକେ ଏବଂ ଗ୍ରାମବାସୀ ।ଏବେ ପୁଅର ଫଟୋକୁ ଦେଖି କାନ୍ଦିବା ଛଡା ବାପାମାଙ୍କ ପାଖରେ ଆଉ କିଛି ଚାରା ନାହିଁ । ଘରର ରୋଜଗାରିଆ ପୁଅ ଚାଲିଯିବା ପରେ ସେହି ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବାପା ମା ।

ଅନ୍ୟପଟେ ସେମାନଙ୍କ ଅଭିଯୋଗ ହେଲା ମନୋଜ ଚାଲିଯିବା ପରେ ତାଙ୍କ ପତ୍ନୀଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳୁଛି କିନ୍ତୁ ବାପା ମାଙ୍କୁ ମିଳୁନାହିଁ । କୌଳିକ ବୃତି କରି ସେମାନେ ଚଳୁଛନ୍ତି । ଦେଶ ପାଇ ଁସହିଦ ହୋଇଥିବା ଏହି ବୀର ଯବାନଙ୍କୁ ଝୁରୁଛି ଗାଁ ମାଟି , ଅଂଚଳର ପ୍ରତିଟି ଲୋକ । ଯଦି ଓ ସେମାନେ ଜାଣିଛନ୍ତି ମନୋଜ ଆଉ ଫେରିବେ ନାହିଁ, ପ୍ରତିମୂହୁର୍ତରେ ତାଙ୍କର ସ୍ମୃତିଚାରଣ କରୁଛନ୍ତି ।