ଆନୁଷଙ୍ଗିକ ସୁବିଧା ନଥିବାରୁ କାମରେ ଆସୁନାହିଁ ୯୪ଲକ୍ଷ ଟଙ୍କାର ଗୋଷ୍ଠୀ ଶୌଚାଳୟ । ଧର୍ମଗଡରୁ ଆସିଲା ଅଭିଯୋଗ, ଲତା ପତ୍ରରେ ଭର୍ତ୍ତି ଶୌଚାଳୟ । 

32

କନକ ବ୍ୟୁରୋ: ଆନୁଷଙ୍ଗିକ ସୁବିଧା ନଥିବାରୁ କାମରେ ଆସୁନାହିଁ ୯୪ଲକ୍ଷ ଟଙ୍କାର ଗୋଷ୍ଠୀ ଶୌଚାଳୟ । ଏହି ଅଭିଯୋଗ ଆସିଛି ଧର୍ମଗଡରୁ । ଧର୍ମଗଡ ଏନଏସିର ମୋଟ ୧୪ଟି ୱାର୍ଡ ଲାଗି ୯୪ଲକ୍ଷ୮ଶହ ଟଙ୍କା ବିନିମୟରେ ୪୮ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା । ଗୋଟିଏ ଶୌଚାଳୟର ଅଟକଳ ମୁଲ୍ୟ ୧ଲ୭କ୍ଷ ୯୬ ହଜାର ଟଙ୍କା । ମାତ୍ର ଏହି ଶୌଚାଳୟଗୁଡିକରେ ଓଭର ଟ୍ୟାଙ୍କ ଲାଗିଛି କିନ୍ତୁ ଏଠାକୁ ବିଜୁଳି ସଂଯୋଗ ନାହିଁ । ଶୌଚାଳୟର ସଫେଇ ତ ଦୁରର କଥା ଲତା ପତ୍ରରେ ଭର୍ତି ହୋଇଛି ଏହି ସ୍ଥାନ । ପଶୁପକ୍ଷୀଙ୍କ ଚରାଭୂମି ପାଲଟିଛି । 

ତେବେ ସରକାରୀ ନିୟମ ଅନୁସାରେ ଏପରି ଶୌଚାଳୟ ନିର୍ମାଣ ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି କାମ ଆରମ୍ଭ କରିବା କଥା । ଏପରିକି ଭିତିଭୂମି ଓ ବିଦ୍ୟୁତ ଓ ଜଳ ଯୋଗାଣ ଲାଗି ଟେଣ୍ଡର କରିବା କଥା । କିନ୍ତୁ ଏପରି କିଛି ହୋଇନଥିବା ସ୍ଥାନିୟଲୋକେ ଅଭିଯୋଗ ଆଣିଛନ୍ତି ।