ଆଜି ଭାରତୀୟ ସେନାରେ ସାମିଲ ହେବ ଲଢୁଆ ଟ୍ୟାଙ୍କ ଅର୍ଜୁନ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଅର୍ପଣ କରିବେ ୧୧୮ଟି ଟ୍ୟାଙ୍କ

78

ଦେଶରେ ନିର୍ମାଣ ହୋଇଥିବା ଯୁଦ୍ଧ ବିମାନ ତେଜସ୍‌ର ସଫଳତା ପରେ ଏବେ ସ୍ବଦେଶୀ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ’ ସେନାରେ ସାମିଲ ହେବାକୁ ଯାଉଛି । ଆସନ୍ତାକାଲି ୧୧୮ଟି ଅର୍ଜୁନ ଟ୍ୟାଙ୍କ ଆନୁଷ୍ଠାନିକ ଭାବେ ସେନାରେ ସାମିଲ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ୧୧୮ ଟ୍ୟାଙ୍କକୁ ସେନାରେ ସାମିଲ କରିବାକୁ ମଂଜୁରି ଦିଆଯାଇଛି । ୮୪୦୦ କୋଟି ଟଙ୍କା ବ୍ୟୟରେ ଏହି ଟ୍ୟାଙ୍କ ନିର୍ମାଣ କରାଯାଇଥିବା ଡିଆର୍‌ଡିଓ ସୂତ୍ରରୁ ଜଣାପଡ଼ିଛି ।

ବଢବ ସେନାର ଶକ୍ତି । ପୁଲୱାମା ଆକ୍ରମଣକୁ ୨ବର୍ଷ ବିତିଯାଇଛି । କିନ୍ତୁ ମନରୁ ସେ ଦାଗ ଲିଭିନାହିଁ । ସଇତାନ ପାକିସ୍ତାନ ଷଡଯନ୍ତ୍ରର ଶିକାର ହୋଇ ସହିଦ୍ ହୋଇଥିବା ବୀର ଯବାନଙ୍କୁ ଆଜିବି ଝୁରୁଛି ମାଟି ମାଆ । କିନ୍ତୁ ଏବେ ସମୟ ବଦଳିଛି । ଦିନକୁ ଦିନ ବଢିଚାଲିଛି ଭାରତୀୟ ସେନାର ଶକ୍ତି । ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ଅସ୍ତ୍ର-ସସ୍ତ୍ର ବି ସେନାରେ ସାମିଲ ହେଉଛି । ଆଉ ଏବେ ପୁଣି ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ୧୧୮ଟି ଅର୍ଜୁନ୍ ଟ୍ୟାଙ୍କ । ଦୂରରୁ ଶତ୍ରୁ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିବାର ରହିଛି ଏହି ଟ୍ୟାଙ୍କ କ୍ଷମତା । ବେଳ ଥାଉ ଥାଉ ଯଦି ଶତ୍ରୁଦେଶ ପାକିସ୍ତାନ୍ ନସୁଧୁରେ ତାହେଲେ ଆଗକୁ ସ୍ଥିତି ଭୟଙ୍କର ହେବ ।