ମୁଜାଫରନଗର ଚାଷୀ ମହାପଞ୍ଚାୟତରେ ସାମିଲ ହେଲେ କଂଗ୍ରେସ ମହାସଚିବ । କେନ୍ଦ୍ରକୁ ଟାର୍ଗେଟ କରି ପ୍ରଶ୍ନ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । 

81

କନକ ବ୍ୟୁରୋ: ମୁଜାଫରନଗର ଚାଷୀଙ୍କ ମହାପଂଚାୟତରେ ସାମିଲ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସଭାରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା  । ପ୍ରିୟଙ୍କା କହିଛନ୍ତି ୯୦ ଦିନ ହେବ ଚାଷୀମାନେ ଆନ୍ଦୋଳନ କରୁଛନ୍ତି ଓ ୨୧୫ଜଣ ଚାଷୀଙ୍କ ମୃତ୍ୟୁ ହୋଇସାରିଲାଣି  ସବୁ ଦେଖି  ମଧ୍ୟ ଚୁପ ବସିଛନ୍ତି ମୋଦି ସରକାର ।

ଏଥିସହ ସେ କହିଛନ୍ତି ଦିଲ୍ଲୀ ସୀମାର ବ୍ୟାରିକେଡ କରି ଦେଶର ରୂପରେଖ ବଦଳାଇଛନ୍ତି ସରକାର । ଏହି ଦୃଶ୍ୟ ପ୍ରକାଶ କରୁଛି ସତେ ଯେମିତି  ଦେଶ ଭିତରେ ବିଭାଜନ କରାଯାଉଥିବା ମାହୋଲ ସୃଷ୍ଟି ହୋଇଛି । ପ୍ରିୟଙ୍କା କହିଛନ୍ତି ନିଜ ଦାବି ଜଣାଇ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସରକାର ଆତଙ୍କାବଦୀ, ଦେଶଦ୍ରୋହୀ ଆଖ୍ୟା ଦେଉଛନ୍ତି । ଚାଷୀମାନେ ଦେଶବାସୀଙ୍କ ହୃଦୟରେ ଅଛନ୍ତି । ନିର୍ବାଚନ ସମୟରେ ମୋଦି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୂଲିଯାଇଛନ୍ତି ।