କନ୍ଧମାଳ ଜଳେଶପଟା ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦପୁରୀ ବାବାଙ୍କୁ ହତ୍ୟା ଧମକ୍ । ଅଜଣା ନମ୍ବରରୁ ଆସିଲା ଫୋନ୍ କଲ, ଥାନାରେ ଏତଲା ଦେଲେ ବାବା । 

150

କନକ ବ୍ୟୁରୋ : କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟ୍ଟା ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ । ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକ ଦେଇଛନ୍ତି ।  କୌଣସି ଅଜଣା  ଫୋନ କଲରୁ ଏହି ହତ୍ୟା ଧମକ ଆସିଛି ।  ଏ ନେଇ  ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଛି । ଘଟଣା ଅନୁସାରେ, ଆଜି ସନ୍ଧ୍ୟାରେ  ସ୍ୱାମୀଜୀଙ୍କ ଫୋନକୁ ଏକ କଲ ଆସିଥିଲା ।

ଆସନ୍ତା ୪ ଦିନ ମଧ୍ୟରେ  ହତ୍ୟା କରାଯିବ ବୋଲି ଧମକ ବି ଦିଆଯାଇଥିଲା । ଏତଲା ପରେ ଆଶ୍ରମରେ ସୁରକ୍ଷାକୁ କଡାକାଡି କରିଦିଆଯାଇଛି ।  ପୂର୍ବରୁ ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ  ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳି  ଧମକପୂର୍ଣ୍ଣ ଚିଠି ଆସିଥିଲା । ଏହାର ଗୋଟିଏ ଦିନ ପରେ ଦୁର୍ବୃତ ଆଶ୍ରମ ମଧ୍ୟରେ ପଶି  ସରସ୍ୱତୀଙ୍କୁ ହତ୍ୟା କରିଥିଲେ ।