ମହାପ୍ରଭୁଙ୍କ ବାହୁଡା ବେଳେ ମାଉସୀ ମା’ଘର ପୋଡପିଠା ଭୋଗକୁ ନେଇ ବିବାଦ !

82

କନକ ବ୍ୟୁରୋ : ମହାପ୍ରଭୁଙ୍କ ବାହୁଡା ବେଳେ ମାଉସୀ ମା’ ଘର ପୋଡପିଠା ଭୋଗକୁ ନେଇ ବିବାଦ । ମହାପ୍ରଭୁଙ୍କ ସାମନାରେ ପୋଡପିଠା ଟେକିଛନ୍ତି ଦୁଇ ଦୁଇ ଜଣ ସେବାୟତ । ମାଉସୀ ମା’ ମନ୍ଦିରର ମୁଖ୍ୟ ପୂଜକ ରଘୁନାଥ ଦାଶଙ୍କ ମୃତ୍ୟୁ ପରେ ଦେଖା ଦେଇଛି ଏହି ବିବାଦ । ମୃତ୍ୟୁ ପୂର୍ବରୁ ରଘୁନାଥ ତାଙ୍କ ଉତ୍ତରାଧିକାରୀ ଭାବେ ବିଶ୍ୱନାଥ ମିଶ୍ରଙ୍କୁ ଚିହ୍ନଟ କରିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ସ୍ୱୀକୃତି ଦେବା ସହ ଏ ବାବଦରେ ଅର୍ଥ ପଇଠ କରିଛି ।

ଅନ୍ୟପଟେ ପୂର୍ବତନ ପୂଜକ ରଘୁନାଥ ଦାଶଙ୍କ ପୁତୁରା ମନୋରଞ୍ଜନ ମିଶ୍ର ମଧ୍ୟ ନିଜକୁ ପ୍ରକୃତ ଉତ୍ତରାଧିକାରୀ ବୋଲି ଦାବି କରିଛନ୍ତି । ଆଉ ସମାନ୍ତରାଳ ଭାବେ ମହାପ୍ରଭୁଙ୍କ ରଥ ସାମନାରେ ପୋଡପିଠା ଟେକିଛନ୍ତି । ପୂର୍ବରୁ ଉତ୍ତରାଧିକାରୀକୁ ନେଇ ବିବାଦ ଦେଖା ଦେଇଥିବାରୁ ୧୪୪ ଧାରା ଜାରି ହୋଇ ମାଉସୀ ମା’ଙ୍କ ପୋଡପିଠା ପ୍ରସ୍ତୁତ ହୋଇଥିଲା । ହେଲେ ଏବେ ରଘୁନାଥଙ୍କ ପୁତୁରା ମନୋରଞ୍ଜନ ପୋଡପିଠା ସମର୍ପଣ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାସହ ମନୋରଞ୍ଜନ ଗଣ୍ଡଗୋଳ ସୃଷ୍ଟି କରୁଥିବା ଅଭିଯୋଗ କରିବା ପରେ ମାମଲା ଉପଜିଲ୍ଲାପାଳଙ୍କ କୋର୍ଟରେ ବିଚାରାଧିନ ରହିଛି ।