ପିଏମ ଶ୍ରୀ ସ୍କୁଲକୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରି: ଦେଶରେ ଥିବା ୧୪, ୫୦୦ ସ୍କୁଲର ହେବ ଉନ୍ନତୀକରଣ

131

କନକ ବ୍ୟୁରୋ: ପିଏମ ଶ୍ରୀ ସ୍କୁଲକୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରି । ଦେଶରେ ପିଲାମାନଙ୍କ ଭବିଷ୍ୟତକୁ ମଜବୁତ କରିବା ପାଇଁ ଏହି ପ୍ଲାନ କରିଛନ୍ତି । ଦେଶରେ ଥିବା ୧୪, ୫୦୦ ସ୍କୁଲର ହେବ ଉନ୍ନତୀକରଣ । ପିଏମ ଶ୍ରୀ ସ୍କୁଲ ଯୋଜନାରେ ଖର୍ଚ୍ଚ ହେବ ୨୬, ୩୬୦ କୋଟି । ଏହା ଜରିଆରେ ପିଲାଙ୍କ ପାଠ ପଢା ଆଧୁନିକ, ସ୍ମାର୍ଟ କ୍ଲାସରୁମ, ଖେଳ ସହ ଅନ୍ୟ ଆଧୁନିକ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯିବ ।