କାର୍ଯ୍ୟକାରିଣୀ ବୈଠକ ସାରି ଓଡ଼ିଶା ଛାଡ଼ିଲେ ପ୍ରଧାନମନ୍ତ୍ରୀ ! ବିମାନ ବନ୍ଦରରେ ଦିଆ ଗଲା ଭବ୍ୟ ବିଦାୟ ସମ୍ବର୍ଦ୍ଧନା

20

କନକ ବ୍ୟୁରୋ : ଓଡ଼ିଶା ଛାଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଗୁଜୁରାଟ ଅଭିମୁଖେ ଯାତ୍ରା କରିଛନ୍ତି ମୋଦି । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଭୁବନେଶ୍ୱର ଆସିଥିବା ମୋଦି, ବୈଠକ ସାରି ଫେରିଯାଇଛନ୍ତି । ମୋଦିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ବିମାନବନ୍ଦରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ରାଜ୍ୟପାଳଙ୍କ ସମେତ ବିଜେପିର ବହୁ ତୁଙ୍ଗ ନେତା ଉପସ୍ଥିତ ରହି ମୋଦିଙ୍କୁ ବିଦାୟ ଦେଇଥିଲେ । ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ଗୁଜୁରାଟ ଅଭିମୁଖେ ଯାତ୍ରା କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-