ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଗାନ୍ଧୀନଗରରେ ଡିଫେନ୍ସ ଏକ୍ସପୋର କଲେ ଉଦଘାଟନ

47

କନକ ବ୍ୟୁରୋ : ବୁଧବାରଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ଗୁଜରାଟଗସ୍ତ ଆରମ୍ଭ ହୋଇଛି । ଏଠାରେ ପହଁଚିବାପରେ ମୋଦିଙ୍କୁ ଭବ୍ୟସ୍ୱାଗତ କରିଛି ପ୍ରଦେଶ ବିଜେପି । ପ୍ରଧାନମନ୍ତ୍ରୀଙ୍କ ଉପରେ ପୁଷ୍ପବର୍ଷା ହେବା ସହ ରୋଡ ଶୋ ମଧ୍ୟ ଦେଖିବାକୁ ମିଳିଛି । ଗାନ୍ଧୀନଗର ମୋଦୀ ସ୍କୁଲ ଅଫ ଏକ୍ସିଲେନ୍ସିର ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଶ୍ରେଣୀ ଗୃହରେ ବସିଥିବା ଦେଖିବାକୁ ମିଳିଛି । ଏଥିସହ ଛାତ୍ରଙ୍କ ଦ୍ୱାରା ସ୍ମାଟ କ୍ଲାସରୁମର ପାଠପଡାକୁ ମଧ୍ୟ ନିରିକ୍ଷଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ମୋଦୀ କହିଛନ୍ତି ଗୁଜରାଟରେ ଶିକ୍ଷା ବ୍ୟବସ୍ଥା ସ୍ମାଟ ହୋଇଛି । ସୁଧୁରୁଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା ।ରାଜ୍ୟରେ ଅଦଭୁତପୂର୍ବକ ପରିବର୍ତନ ହୋଇଛି । ଏଥିସହ ମୋଦି କହିଛନ୍ତି କି ଇଂରାଜୀ ଭାଷା କେବଳ ଯୋଗାଯୋଗର ଏକ ମାଧ୍ୟମ ଜ୍ଞାନର ମାପକାଠି ନୁହେଁ । ତେଣୁ ଦେଶର ଭବିଷ୍ୟତ ମାନେ ଆଂଚଳିକ ଭାଷା ବ୍ୟବହାର ଉପରେ ଅଧିକ ଜୋର ଦେବା ଜରୁରୀ ।