ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ପାସ୍ ହାର ୮୨.୧୦ ପ୍ରତିଶତ । ପୁଅଙ୍କୁ ପଛରେ ପକାଇ ପୁଣି ବାଜି ମାରିନେଲେ ଝିଅ ।

165

କନକ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୮୨. ୧୦ ରହିଛି । ସେହିପରି ପୁଅଙ୍କୁ ତୁଳନାରେ ବାଜି ମାରିନେଇଛନ୍ତି ଝିଅ । ୪୯ ପ୍ରତିଶତ ଝିଅ ପାସ୍ କରିଥିବା ବେଳେ ୩୨ ପ୍ରତିଶତ ପୁଅ ଉତୀର୍ଣ୍ଣ ହୋଇଛନ୍ତି । ଏହାସହ ୬୨ ହଜାର ୭୩୪ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ଖୋର୍ଦ୍ଧାରେ ପାସ୍ ହାର ସର୍ବାଧିକ ରହିଥିବା ବେଳେ ନବରଙ୍ଗପୁରରେ ପାସ୍ ହାର ସର୍ବନିମ୍ନ ରହିଛି ।

  • ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ
  • କଳାରେ ୮୨% ଓ ଧନ୍ଦାମୂଳକରେ ୭୦% ପାସ୍

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପାସ ହାରରେ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି ଝିଅ । କଳାରେ ପାସ ହାର ୮୨.୧୦ ପ୍ରତିଶତ ରହିଛି । ଯୁକ୍ତ ଦୁଇ କଳାରେ ପୁଅଙ୍କ ପାସ ହାର ୭୫.୦୮ ପ୍ରତିଶତ ଓ ଝିଅଙ୍କ ପାସ ହାର ରହିଛି ୮୭.୪୫ ପ୍ରତିଶତ । ୧୭୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ ହୋଇଛନ୍ତି । ରାଜ୍ୟରେ ସର୍ବାଧିକ ପାସ୍ ହାର ରହିଛି ଖୋର୍ଦ୍ଧା ଜିଲ୍ଲାରେ । ୮୭.୮୦ ପ୍ରତିଶତ ପାସ୍ ହାର ସହ ଖୋର୍ଦ୍ଧା ପ୍ରଥମରେ ଅଛି । ଅନ୍ୟପଟେ ୬୪.୧୦ ପ୍ରତିଶତ ପାସ୍ ହାର ସହ ନବରଙ୍ଗପୁର ସର୍ବନିମ୍ନରେ ରହିଛି ।

ସେହିପରି ଧନ୍ଦାମୂଳକରେ ପାସ ହାର ରହିଛି ୭୦.୩୫ ପ୍ରତିଶତ । ଧନ୍ଦାମୂଳକ ବିଭାଗରେ ୩ ହଜାର ୯୯୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଛାତ୍ରଙ୍କ ପାସ ହାର ୩୫.୯୪ ପ୍ରତିଶତ ଓ ଛାତ୍ରୀଙ୍କ ପାସ ହାର ରହିଛି ୩୫.୪୧ ପ୍ରତିଶତ । ରାଜ୍ୟର ୧୯ଟି ସ୍କୁଲରେ ୧୦୦ ପ୍ରତିଶତ ପାସ ହୋଇଥିବା ବେଳେ ୬ଟି ସ୍କୁଲର କୌଣସି ପିଲା ପାସ୍ କରିପାରି ନାହାନ୍ତି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପାସ ହାର ୯୩.୮୯ ପ୍ରତିଶତ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ୩୭.୨୯ ପ୍ରତିଶତ ରେଜଲ୍ଟ ହୋଇଛି ।