ଭାରତକୁ ବଡ ଝଟକା: ଏସିଆ କପରୁ ବାଦ ପଡିଲେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ!

764

କନକ ବ୍ୟୁରୋ: ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ବଡ ଝଟକା ଲାଗିଛି । ଏସିଆ କପରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମହାର । ଏନେଇ ଏକ ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି । ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବାହାର ହେବାକୁ ପଡିଥିବା ଜଣାପଡିଛି । ବୁମରାହ ଗତ କିଛି ମ୍ୟାଚରେ ଦମଦାର ଫର୍ମରେ ରହିଥିଲେ । ତେଣୁ ତାଙ୍କର ବାଦ ପଡିବା ଯୋଗୁଁ ଭାରତୀୟ ଟିମରେ ବଡ କ୍ଷତି ହୋଇପାରେ ।