ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ଘରେ ବୁଲିଲା ବୁଲଡୋଜର: ମହିଳାଙ୍କୁ ଅପଶବ୍ଦ କହିବା ସହ ଗାଳିଗୁଲଜ କରିଥିବା ଭିଡିଓ ହୋଇଥିଲା ଭାଇରାଲ

305

କନକ ବ୍ୟୁରୋ: ବିଜେପି ନେତାଙ୍କ ଘରେ ବୁଲିଲା ଯୋଗୀ ସରକାରର ବୁଲଡୋଜର । ଉତର ପ୍ରଦେଶ ନୋଏଡାର ବିଜେପି ନେତା ତଥା ବ୍ୟବସାୟୀ ଶ୍ରୀକାନ୍ତ ତ୍ୟାଗୀଙ୍କ ଘର ଭାଙ୍ଗିଛି ନୋଏଡା ପ୍ରଶାସନ । ଜିଏସଟିର ଏକ ଟିମ୍ ମଧ୍ୟ ଚଢାଉ କରିଥିବା ସୂଚନା ରହିଛି । ଆପାର୍ଟମେଂଟରେ ଗଛ ଲଗାଇବାକୁ ନେଇ ମହିଳାଙ୍କୁ ଶ୍ରୀକାନ୍ତ ତ୍ୟାଗୀ ଅପଶଦ୍ଦ କହିବା ସହିତ ଗାଳି ଗୁଲଜ କରିଥିଲେ । ସରକାର ନିଜ ଦଳର, କିଛି ହେବନି ଭାବି ବୋଧହୁଏ ମନଇଚ୍ଛା ଗାଳି ଗୁଲଜ କରିଥିଲେ ତ୍ୟାଗୀ । ଏବେ କିନ୍ତୁ ନୋଏଡା ପ୍ରଶାସନିକ ଅଧିକାରୀ ତାଙ୍କ ଘରେ ବୁଲଡୋଜର ଚଳାଇଛନ୍ତି । ଯାହାକୁ ପ୍ରଶଂସା କରିଛନ୍ତି ସୋସିଆଇଟି ସଦସ୍ୟ ।

ସୋଶିଆଲ ମିଡିଆରେ ମହିଳାଙ୍କୁ ଅସଦାଚରଣ କରି ଚର୍ଚ୍ଚାକୁ ଆସିଥିବା ଏହି ବିଜେପି ନେତା ତଥା ବ୍ୟବସାୟୀ ଫେରାର ରହିଛନ୍ତି । ଉତ୍ତରାଖଣ୍ଡରେ ତ୍ୟାଗୀଙ୍କର ବ୍ୟବସାୟ ରହିଛି । ନିକଟରେ ସେ ସିଏନଜି ଲାଇସେନ୍ସ ମଧ୍ୟ ପାଇଛନ୍ତି । ମୋବାଇଲ ଟ୍ରାକ କରି ତ୍ୟାଗୀଙ୍କୁ ଖୋଜୁଛି ୟୁପି ପୋଲିସ । ଉତରାଣ୍ଡରେ ସେ ଥିବା ନେଇ ସୂଚନା ପାଇବା ପରେ ପୋଲିସ ତ୍ୟାଗୀଙ୍କ ନିକଟତର ହୋଇଥିଲା । କିନ୍ତୁ କୌଣସି ପ୍ରକାରେ ପୋଲିସକୁ ଚକମା ଦେଇ ତ୍ୟାଗୀ ଫେରାର ହୋଇଯାଇଛନ୍ତି ବୋଲି ସୂଚନା ରହିଛି ।

ଅନ୍ୟପଟେ ଗୁଣ୍ଡା ଲଗାଇ ତ୍ୟାଗୀ ସଂପୃକ୍ତ ମହିଳାଙ୍କୁ ଧମକ ଦେବାକୁ ପ୍ରୟାସ କରିବା ସହିତ ମହିଳା ଜଣଙ୍କ କେଉଁଠି ରହୁଛନ୍ତି ବୋଲି ଖୋଜିବାକୁ ପ୍ରୟାସ କରୁଛନ୍ତି ବୋଲି ସୋସାଇଟି ସଦସ୍ୟ କହିିଛନ୍ତି ।