ଆପଣ ନେଉଛନ୍ତି ତ କରୋନା ଟିକା ? କିଏ ନେଇପାରିବେ ଟିକା ? କେଉଁଠି କରିବେ ପଞ୍ଜିକରଣ ? କ’ଣ କାଗଜପତ୍ର ଆବଶ୍ୟକ ? ଜାଣନ୍ତୁ ଟିକା ନେବାର ପୁରା ପ୍ରକ୍ରିୟା

614

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ୁଥିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ସାଧାରଣ ଲୋକଙ୍କ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟିକା । ସେହିପରି ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ଯେଉଁ ବ୍ୟକ୍ତି ବିଭିନ୍ନ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ ମଧ୍ୟ ଟିକା ଦିଆଯିବ ।

କେଉଁଠି କରିବେ ପଞ୍ଜିକରଣ ?

– କୋ-ୱିନ ଆପରେ ପଞ୍ଜିକରଣ କରିପାରିବେ

– ଆରୋଗ୍ୟ ସେତୁ ଆପରେ ମଧ୍ୟ କରିପାରିବେ ପଞ୍ଜିକରଣ

COWIN.GOV.IN ୱେବସାଇଟରେ ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ

– ଟିକା କେନ୍ଦ୍ରରେ ମଧ୍ୟ କରାଇପାରିବେ ପଞ୍ଜିକରଣ

ପଞ୍ଜିକରଣ ପରେ କ’ଣ ହେବ ?

– ଅନଲାଇନ ପଞ୍ଜିକରଣ ପରେ ମୋବାଇଲକୁ ଆସିବ ଓଟିପି

– ମୋବାଇଲରେ ଓଟିପି ଦେଇ ଆକାଉଂଟ ତିଆରି କରିପାରିବେ

– ଟିକା ନେବାକୁ ଥିବା ବ୍ୟକ୍ତିଙ୍କ ନାଁ, ବୟସ ଓ ଲିଙ୍ଗ ଦର୍ଶାଇବେ

– କୌଣସି ଏକ ବୈଧ ପରିଚୟ ପତ୍ର ଦେବାକୁ ପଡିବ

– ୪୫ ବର୍ଷରୁ ୫୯ବର୍ଷ ହୋଇଥିଲେ ରୋଗ ପ୍ରମାଣ ପତ୍ର ଦେବାକୁ ହେବ

– ଦିଆଯାଇଥିବା ତାଲିକାରୁ ଟିକାକରଣ କେନ୍ଦ୍ର ଚୟନ କରିପାରିବେ

– ଗୋଟିଏ ମୋବାଇଲରୁ ସର୍ବାଧିକ ୪ ଜଣଙ୍କ ପଞ୍ଜିକରଣ ହୋଇପାରିବ

ଟିକା କେନ୍ଦ୍ରକୁ ନେଇଯିବେ କେଉଁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ?

– ଟିକା କେନ୍ଦ୍ରକୁ ଗଲାବେଳେ ନିଜର ପରିଚୟ ପତ୍ର ନେବାକୁ ଭୁଲିବେ ନାହିଁ

– ଆଧାର କିମ୍ବା ଭୋଟର ଆଇଡି କାର୍ଡ ଭଳି ପ୍ରମାଣ ପତ୍ର ନେବାକୁ ପଡିବ

– ଯେଉଁଥିରେ ଆପଣଙ୍କ ଫଟୋ ସହିତ ଜନ୍ମ ତାରିଖ ଉଲ୍ଲେଖ ଥିବ

– ୪୫ରୁ ୫୯ ବର୍ଷର ଲୋକ ଜଟିଳ ରୋଗ ସଂପର୍କିତ ପ୍ରମାଣ ପତ୍ର ନେବେ

– ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କଠାରୁ ନେବାକୁ ପଡିବ ରୋଗ ପ୍ରମାଣ ପତ୍ର

କେଉଁ ରୋଗ ଥିଲେ ନେବେ କରୋନା ଟିକା ?

– ୪୫ରୁ ୫୯ ବର୍ଷର ବ୍ୟକ୍ତିଙ୍କ ଜଟିଳ ରୋଗ ଥିଲେ ନେବେ କରୋନା ଟିକା

– ୨୦ଟି ରୋଗର ତାଲିକା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

– ଡାଇବେଟିସ ଓ ହାଇପରଟେନସନ ରୋଗ ଥିଲେ ନେବେ ଟିକା

– ଲ୍ୟୁକୋମିଆ ବୋନ ମାରୋ ରୋଗ ଥିଲେ ନେଇପାରିବେ ଟିକା

– କ୍ୟାନସର ଓ ଏଚଆଇଭି ପଜିଟିଭ ଥିଲେ ନେବେ କରୋନା ଟିକା

– କିଡନୀ ଓ ଲିଭର ଜନିତ ଏକାଧିକ ରୋଗ ମଧ୍ୟ ତାଲିକାରେ ରହିଛି