ଚର୍ଚ୍ଚାରେ ପାଟଣାଗଡ ବିଧାୟକଙ୍କ ଗୁପ୍ତ ବୈଠକର ଭାଇରାଲ ଭିଡିଓ । ପିସି ଭାଗବଂଟା ଗଣିତକୁ ନେଇ ମନ୍ତ୍ରଣା । ବଲାଙ୍ଗୀର ସାଂସଦଙ୍କ ବିରୋଧରେ ଦଳର ଜିଲ୍ଲା ସଭାପତି ଓ ଉପସଭାପତି

1,507

କନକ ବ୍ୟୁରୋ: ପାଟଣାଗଡ ବିଧାୟକଙ୍କ ଗୁପ୍ତ ବୈଠକର ଭାଇରାଲ ଭିଡିଓ । ବିଧାୟକ ସରୋଜ ମେହେର ଏକ ଗୁପ୍ତ ରାଜନୈତିକ ଷଡଯନ୍ତ୍ରର ଭିଡିଓ ଭାଇରାଲକୁ ନେଇ ପାଟଣାଗଡରେ ଚର୍ଚ୍ଚା । ଏହି ଭିଡିଓରେ ନଜର ଆସିଥିବା ବିଜେପି ନେତା ହେଲେ ବିଜେପିର ଜିଲ୍ଲା ସଭାପତି ତଥା ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ଜିଲ୍ଲା ବିଜେପି ଉପସଭାପତି ତଥା ବେଲପଡା ବ୍ଲକ ଅଧ୍ୟକ୍ଷା ବୈଜୟନ୍ତୀ ପାଣିଗ୍ରାହୀଙ୍କ ସ୍ୱାମୀ ନୀଳ ପାଣିଗ୍ରାହୀ ଓ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣମାସୀ ବରିହାଙ୍କ ସ୍ୱାମୀ ରଘୁବୀର ସିଂ ବରିହା ।

ଏମାନେ ସାଂସଦ ସଙ୍ଗୀତା ସିଂହଦେଓ ଓ ପୂର୍ବତନ ବିଧାୟକ କନକବର୍ଦ୍ଦନ ସିଂହଦେଓଙ୍କ ଅନୁଗତ ଭାବେ ଜଣାଶୁଣା । ପିସି ଭାଗବଂଟା ଗଣିତକୁ ନେଇ ଏହି ବୈଠକରେ ମନ୍ତ୍ରଣା କରୁଥିବା ଦେଖିବାକୁ ମିଳୁଛି । ଏହାସହ ଏହି ଭିଡିଓରେ ବଲାଙ୍ଗୀର ରାଜପରିବାର ସହ ଜଡିତ ରହିଲେ ପକେଟକୁ ବିଶେଷ କିଛି ଫାଇଦା ହେବନାହିଁ ବୋଲି ଏହି ଭିଡିଓରେ ଦେଖିବାକୁ ମିଳିଛି । ଏମିତିକି ବିଜେପି ନେତାଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଜେପି ନେତାଙ୍କୁ ପ୍ରଲୋଭିତ କରିବାର କଥାବାର୍ତାରୁ ସ୍ପଷ୍ଟ ଜଣାପଡୁଛି ।

ଭିଡିଓରେ କ’ଣ ଅଛି?

ଭିଡିଓ-

ବିଧାୟକ: ବଲାଙ୍ଗୀର ଜିଲ୍ଲାରେ ତାଙ୍କର ଆଉ କିଛି ନାହିଁ।

ଭକ୍ତ: ଆମେ ଦଳରେ ଅଛୁ ଯେ କଣ ହେଲାଟ୍ଟ ଆମେ ବି ବହୁତ କଷ୍ଟ ଭିତରେ ଅଛୁଟ୍ଟ। ଏହା ଜେନୁଇନ୍‌ କଥା ଭାଇ।

ଭକ୍ତ: ବ୍ଲକ କାମଧାମରେ ଆମ ଭିତରେ ଠିକ୍‌ ରହିଲେ ହେଲାଟ୍ଟ। ଆପଣ (ବିଧାୟକ) ବ୍ଲକକୁ ଯେତିକି କାମ ଆଣିବେ ଆଣନ୍ତୁ।

ଭିଡିଓ-

ନୀଳ ପାଣିଗ୍ରାହୀ: ପାଟଣାଗଡ଼ ଓ ଖପ୍ରାଖୋଲ ବିଡିଓଙ୍କୁ ଡାକିଥିଲା, ଆଉ ଗାଳିଗୁଲଜ କରିଥିଲା। ଶିବାଜୀ ଫିବାଜୀ କିଛି ଲୋକ ଏମ୍‌ପିଙ୍କ ମୁଣ୍ଡକୁ ୱାସ୍‌ କରୁଛନ୍ତି। ଗତ କିଛିଦିନ ତଳେ, ଆମେ ତିନି ଚେୟାରମ୍ୟାନ ବସିଥିଲୁ। ଗୋଟିଏ ସିକ୍ରେଟ କଥା କହିଦେଉଛି। ଖୁବ ଶୀଘ୍ର ବଡ଼ ଜିନିଷଟିଏ ଘଟିବ। ସବୁ ଜିନିଷକୁ ଏମ୍‌ପି ମୋର କହିଲେ କେମିତି ହେବ। ଏମ୍‌ପି କହିଲେ ମେରା ୬ ପରସେଣ୍ଟ। ମୁଁ କହିଲି, ସେମିତି କେମିତି ହେବ। ବିଧାୟକ.. ଆପଣ ଓ ଆମେ ସମାନ ଭାଗ କରିବା। କାରଣ ବିଧାୟକ ହଁ କହିବେ ନାହିଁ। ବିଡିଓକୁ ଗାଳି କରିବେ। ଆପଣ(ଏମପି) କହିବେ ବ୍ଲକ ମୋର। ଏମଏଲଏ କହିବେ ବ୍ଲକ ମୋର, କେମିତି ଚାଲିବ ବ୍ଲକ?

ବିଧାୟକ: ଏମିତି ଚାଲୁ, ଦୁଇବର୍ଷ ଯାଉ.. ଅସୁବିଧା କଣ ଅଛି। ସେ ତାଙ୍କର କୁହନ୍ତୁ.. ଆମେ ଆମର କହିବୁ.. ତୁମେ ତୁମର କୁହ। ଏମପିଙ୍କ ଆଗରେ କେହି ମୁଣ୍ଡ ତଳ କରନାହିଁ। ମୁଁ ତ କରିବି ନାହିଁ।

ନୀଳ: ଆମକୁ ..ତାକୁ ଦରକାର ନାହିଁ। ଅଧିକ ହେଲେ ତୋ ରାସ୍ତାରେ ତୁଟ୍ଟ ମୋ ରାସ୍ତାରେ ମୁଁ ବୋଲି କହିଦେବି। ମୁଁ ଏତିକି ରିଜିଡ୍‌ ଅଛି। ସୀମା ପର୍ୟ୍ୟନ୍ତ ସହିବି।

ବିଧାୟକ: ଭକ୍ତ ବିଚରା କ’ଣ ନକରିଛି। ଆଜି କ’ଣ ତାର ଅବସ୍ଥା? ଭକ୍ତ ଯେମିତି ପରିଶ୍ରମ କରିଛି, ସାରା ଜିଲ୍ଲା ଭିତରେଟ୍ଟ.।

ନୀଳ: ଆପଣ ପରିଶ୍ରମ କଲେ। ଲୋକଙ୍କ ସହିତ ରହିଲେ, ଭଗବାନ ଫଳ ଦେଲେ। ଟ୍ଟ କିଛି କରିବେ ନାହିଁ। ସବୁବେଳେ, ଖାଲି ପାୱାର ଦେଖାଇବେ!

ଭିଡିଓ 

ରଘୁବୀର ସିଂବରିହା: ଆମକୁ ଦରକାର, ବ୍ଲକ୍‌ ଠିକସେ ଚାଲୁ।

ବିଧାୟକ: ଆମେ ବି ଚାହୁଛୁ ବ୍ଲକ ଠିକ୍‌ ଚାଲିଲେ, ଠିକ୍‌ ହେବ। ନହେଲେ ମଜା ଆସିବ ନାହିଁ। ଆଜ୍ଞା ବହୁତ ସେବା କଲେଣି।

ରଘୁବୀର: ଦଳ ହିସାବରେ ଚଳେଇଲେ, ଚଳେଇ ପାରିବା ନାହିଁ। ଡିସିସନ୍‌ ତ ଦୁଇଜଣ ନେବେ ନା..। କେବଳ ଏହି ଦୁଇଜଣ, ଏ.ଇ, ଜେ.ଇଙ୍କୁ ଏକ୍‌ଜିକ୍ୟୁସନ କରିବା ପାଇଁ କହିବା କଥା। ଆମ ଭିତରେ ଠିକ୍‌ ରହିଲେ ଠିକ୍‌ ହେବ।

ବିଧାୟକ: କେମିତି କଲେ ଠିକ୍‌ ରହିବ କୁହ? ଭକ୍ତ ଆଜ୍ଞା, କେମିତି କଲେ ସୁବିଧା ହେବ? ନାଇଁ ନାଇଁ କେମିତି କଲେ ସୁବିଧା ହେବ?

ଭକ୍ତବନ୍ଧୁ: ମୁଁ ହଣ୍ଡ୍ରେଡ୍‌ ପର୍‌ସେଣ୍ଟ୍‌ ମୋ ପଟୁ ଦେବି। ମୁଁ ରଜାଘର କଥାରେ ପଡ଼ିବି ନାହିଁ।