ବାଲିଯାତ୍ରାରେ ବିରଳ ଘଟଣା । ୧୦ ମାସର କଅଁଳ କଢ଼ିକୁ କୋଳକୁ ନେଲେ, ନିଆରା ଉଦାହରଣ ସୃଷ୍ଟି କଲେ ବଙ୍ଗୀୟ ଦମ୍ପତି ।

14,473

କନକ ବ୍ୟୁରୋ: ବାଲିଯାତ୍ରା, କାହା ପାଇଁ ବନ୍ଧୁତା ତ କାହା ପାଇଁ ପରମ୍ପରାର ଐତିହ୍ୟ ଉତ୍ସବ । ହେଲେ ବାଲିଯାତ୍ରା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଲେ ବଙ୍ଗୀୟ ଦମ୍ପତି । ବାଲିଯାତ୍ରାରେ ପ୍ରଥମ କରି ଆରମ୍ଭ ହୋଇଥିବା ପଥ ଉତ୍ସବରେ ଆଜି ପୋଷ୍ୟ ସନ୍ତାନ ଗ୍ରହଣ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଏହି ବଙ୍ଗୀୟ ଦମ୍ପତି । କଲିକତାର ବଂଗୀୟ ଦମ୍ପତି ଏହି ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ଦଶ ମାସର କନ୍ୟା ସନ୍ତାନକୁ କୋଳକୁ ନେଇଥିଲେ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ସମସ୍ତ ନିୟମ ପାଳନ କରି ସୁଦୀପ୍ତ ଭୌମିକ ଓ ବିଶାଖା ରାୟ‌ଭୌମିକ ବସୁନ୍ଧରାରେ ପାଳିତ ଏକ ଦଶ ମାସର ଶିଶୁ କନ୍ୟାକୁ ଗ୍ରହଣ କରିଥିଲେ।

ତେବେ ବଂଗୀୟ ଦମ୍ପତିଙ୍କ ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ। କଟକ ପଥୋତ୍ସବରେ ଶ୍ରୀ ହରିକୋଟାରୁ ଆସିଥିବା ସ୍ବତନ୍ତ୍ର ବସରେ ଲୋକଙ୍କୁ ମହାକାଶ ସଂପର୍କିତ ଜ୍ଞାନ ଆହରଣର ସୁଯୋଗ ମିଳିଛି। ଆଜି ଭଜନ, କୀର୍ତ୍ତନ, ଗୀତ, ନୃତ୍ୟ, ଫୁଟବଲ୍ ଖେଳ ଭଳି କାର୍ଯ୍ୟକ୍ରମ ବାଲିଯାତ୍ରାରେ ଚମକ ଆଣିଥିଲା। ହେଲେ ଏହି ବଙ୍ଗୀୟ ଦମ୍ପତିଙ୍କୁ ବଡ଼ପଣ ବାଲିଯାତ୍ରା ଇତିହାସ ପୃଷ୍ଠାରେ ଚିରଦିନ ପାଇଁ ଲପିବଦ୍ଧ ହୋଇଯାଇଛି ।

ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାରେ ଦିନକୁ ଦିନ ବ୍ୟବସାୟ ପରିମାଣ ବଢି ଚାଲିଥିବା ବେଳେ ଗତକାଲି ସବୁଠୁ ଅଧିକ ବ୍ୟବସାୟ ହୋଇଥିଲା । ଗତକାଲିର ରେକର୍ଡ ଅନୁଯାୟୀ ଓରମାସ ପଲ୍ଲିଶ୍ରୀ ମେଳାରେ କେବଳ ୯୭ ଲକ୍ଷ ୮୨ ହଜାର ୬୭୦ ଟଙ୍କାର ବ୍ୟବସାୟ ହୋଇଥିଲା । ଆଜି କେବଳ ଓରମାସ ବ୍ୟବସାୟ ପରିମାଣ ଦେଢ କୋଟି ଛୁଇଁ ଥିବା ଆକଳନ କରାଯାଉଛି । ବାଲିଯାତ୍ରା ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ତିନି‌ଟି ଜଳାଶୟ ନିର୍ମାଣ ଏବଂ ପରିବେଶ ସୁରକ୍ଷା ପାଇଁ କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ପ୍ରଶଂସା କରିଛନ୍ତି।