ସକାଳୁ ସକାଳୁ ବ୍ରାହ୍ମଣୀ ନଦୀରେ ଦୁର୍ଘଟଣା : ଓଲଟିଲା ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା; ୨ ନିଖୋଜ, ଚାଲିଛି ଖୋଜାଖୋଜି

2,068

କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀରେ ବଡ଼ ଦୁର୍ଘଟଣା । ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଡ଼ଙ୍ଗା ଭାରସାମ୍ୟ ହରାଇ ବୁଡିଯାଇଛି । ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମଣିଆରୁ ଯାତ୍ରୀବାହୀ ଡ଼ଙ୍ଗା ରାଜନଗର ବ୍ଲକ କେରଡ଼ାଗଡ଼ ଯାଉଥିଲା । ଏହି ସମୟରେ ମଝୀନଦୀରେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ବୁଡିଯାଇଥିଲା ।

ଦୁଇଜଣ ନିଖୋଜ ରହିଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଡଙ୍ଗାର ନାଉରିଆ ଓ ଜଣେ ଯାତ୍ରୀ ନିଖୋଜ ଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଖୋଜାଖୋଜି ଜାରି ରହିଛି । ନିଖୋଜ ୨ଜଣଙ୍କୁ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଂଚିଥିଲେ ଅଗ୍ନିଶମ ବାହିନୀ । ହେଲେ ମଟର ବୋଟ୍ ଷ୍ଟାଟ ନହେବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।