ଫୋକସରେ ପାରାଦୀପ ବନ୍ଦର ! କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଲେ, ଭବିଷ୍ୟତରେ ଦେଶର ନମ୍ବର ୱାନ ବନ୍ଦର ହେବ ପାରାଦୀପ ବନ୍ଦର

219

କନକ ବ୍ୟୁରୋ : ଓଡିଶାରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । କାମାକ୍ଷାନଗର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଗଡକରୀ ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଉଦଘାଟନୀ ଅବସରରେ ଯୋଗଦେଇଛନ୍ତି । ପାରାଦୀପ ପୋର୍ଟ ଭବିଷ୍ୟତରେ ଦେଶରେ ନମ୍ବର ୱାନ ବନ୍ଦର ହେବ । କେବଳ ଏକ ନମ୍ବର ହେବନି ଓଡିଶା ବିକାଶରେ ଗ୍ରୋଥ ଇଂଜିନ ହେବ ବୋଲି କହିଛନ୍ତି ଗଡକରୀ ।

ଆଗକୁ ଓଡିଶାରେ ଅଢେଇ ଲକ୍ଷ କୋଟି ନିବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।ବନ୍ଦର ,ରାଜପଥ ନିର୍ମାଣରେ ବ୍ୟାପକ ଖର୍ଚ୍ଚ କରାଯିବ । ପାରାଦୀପରେ ଛୋଟ ବିମାନ ବନ୍ଦର ନିର୍ମାଣ ପାଇଁ ସ୍ଥିର ହୋଇଛି ।ଏହା ସହ ପାରାଦୀପରେ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଟେଣ୍ଡର ସରିଛି ।ଆସନ୍ତା ବର୍ଷ ପାରାଦୀପ ଏକ ନମ୍ବର ଓ ୧ ହଜାର କୋଟିର ଲାଭ ହେବା ନିଶ୍ଚିତ ବୋଲି ଗଡକରୀ କହିଛନ୍ତି । ଏବେ ପାରାଦୀପ ୭ ହଜାର କୋଟି ଟଙ୍କାର ଲାଭାଂଶରେ ଚାଲିଛି । ଏହାଛଡା ପାରାଦ୍ୱୀପର ବିକାଶ ହେଲେ ବେକାରୀ ସମସ୍ୟା ହଟିବ ବୋଲି କହିଛନ୍ତି ନୀତିନ ଗଡକରୀ ।

କେବଳ ଏତିକି ନୁହେଁ ପାରାଦ୍ୱୀପ ବିକାଶ ପାଇଁ ସଡକପଥ ଉପରେ ମଧ୍ୟ ଫୋକସ କରାଯାଇଛି । ଏନଏଚଆଇ ମାଧ୍ୟମରେ ଏହି କାମ ଜାରି ରହିଛି । ଖାସକରି କାର୍ଗୋ ଟ୍ରାନ୍ସପୋର୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ବର୍ଷ ୫ ହଜାର କୋଟି ଟଙ୍କା ପାରାଦୀପ ବନ୍ଦରରେ ନିବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।