କଣ ହେବ ଅଭିନେତା ପପୁ ପମପମଙ୍କ ଭବିଷ୍ୟତ : ୪୧ ଦିନର ଜେଲ ରହଣୀ ପରେ ମୁକୁଳିଲେ ପପୁ ପମପମþ

30

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଦୀର୍ଘ ୪୧ ଦିନ ପରେ ଝାରପଡା ଜେଲରୁ ପପୁଙ୍କୁ ମୁକ୍ତି ମିଳିଛି । ପପୁଙ୍କୁ ଦେଖିବାକୁ ଜେଲ୍ ପରିସରରେ ଜମିଥିଲା ଶହ ଶହ ଲୋକଙ୍କ ଭିଡ । ଗଣମାଧ୍ୟମର ପ୍ରତିନିଧି ବି ଅପେକ୍ଷା କରି ରହିଥିଲେ । ହେଲେ ସମସ୍ତଙ୍କୁ ଚକମା ଦେଇ ପଛ ଗେଟ୍ ଦେଇ ବାଇକରେ ପଳାଇଛନ୍ତି ଓଲିଉଡର ଏହି ବିବାଦୀୟ ହାସ୍ୟଅଭିନେତା । ପପୁଙ୍କୁ ଦେଖିବାକୁ ସମସ୍ତେ ଅନାଇ ରହିଥିବା ବେଳେ ପପୁ କିନ୍ତୁ ଜେଲ ପଛଗେଟ୍ ଦେଇ ବାଇକରେ ଛୁ ମାରିଛନ୍ତି । କିନ୍ତୁ ସାଇଡ୍ ଗେଟ୍ ଦେଇ ପପୁଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁ ଓରଫ ଗିଟୁ ବାହାରିଥିଲା ।

ସେପଟେ ପପୁଙ୍କ ବେଲ୍ ପରେ ଜେଲ୍ ପରିସରରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ନାବାଳିକା କାଷ୍ଟିଂ କାଉଚ୍ ମାମଲାରେ ଛନ୍ଦି ହୋଇ ହାସ୍ୟ ଅଭିନେତା ପପୁ ପମପମଙ୍କୁ ଜେଲ ଯିବାକୁ ପଡିଲା । ଏବେ ଜାମିନରେ ମୁକୁଳିଛନ୍ତି । କିନ୍ତୁ ତାଙ୍କର କ୍ୟାରିଅର କେଉଁ ଦିଗକୁ ଯିବ ସେନେଇ ଉଠିଛି ପ୍ରଶ୍ନ ।