ମହାନଦୀରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର
କନକ ବ୍ୟୁରୋ : ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣକୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ରାଜ୍ୟ ସରକାର ଲୋକଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଲୋକଙ୍କୁ ସ୍ୱାର୍ଥ ପାଇଁ ଚିନ୍ତିତ ନଥିବା ସେ ଅଭିଯୋଗ କରିଛନ୍ତି । ମହାନଦୀ ଜଳ ପାଇଁ ସମସ୍ତଙ୍କୁ ଏକାଠି ହେବା ପାଇଁ ଆଗକୁ ଆସିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କେନାଲ ଗୁଡ଼ିକର ତଳ ମୁଣ୍ଡରେ ଏବେବି ପାଣି ପହଂଚିପାରୁନଥିବା ବେଳେ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ତଥା ଡ୍ୟାମ୍ ନିର୍ମାଣ ହେଲେ ପରିସ୍ଥିତି ଉତ୍କଟଜନକ ହେବ ବୋଲି ସେ କହିଛନ୍ତି । ସେହିପରି ସର୍ବଦଳୀୟ ବୈଠକର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ଛତିଶଗଡ଼ ଯାଇଥିବା ବିଜେଡି ଟିମର ଅଧ୍ୟକ୍ଷଙ୍କ ବୁଦ୍ଧି ଉଦ୍ରେକ ହୋଇଥିବା ସେ କହିଛନ୍ତି । ଗ୍ରାଉଣ୍ଡ ଜିରୋ ବୁଲି ଦେଖିବା ପରେ ବିଜେଡ଼ି ଜ୍ଞାନ ଉଦୟ ହୋଇଛି ବୋଲି ନରସିଂହ ମିଶ୍ର ଆଜି ତାଙ୍କ ପ୍ରେସମିଟରେ କହିଛନ୍ତି ।
ପ୍ରେସମିଟରେ କଣ କହିଛନ୍ତି ନରସିଂହ ମିଶ୍ର – ଦେଖନ୍ତୁ ଏହି ଭିଡିଓ –