ଭାରତର ଆକ୍ରମଣରେ ଥରହର ହେଲା ପାକିସ୍ତାନ ! ଜନତା ଏବଂ ସେନାଙ୍କୁ ପ୍ରତି ପରିସ୍ଥିତିରେ ପ୍ରସ୍ତୁତ ରହିବା ପାଇଁ ଦେଲା ଆଦେଶ

335

ପୁଲୱାମା ଆକ୍ରମଣକୁ ଜବାବ୍ ଦେବାକୁ ଯାଇ ଭାରତୀୟ ବାୟୁସେନାର ପାକିସ୍ତାନ ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣରେ ହଡକମ୍ପ ସୃଷ୍ଟି ହୋଇଯାଇଛି । ଭାରତ ତରଫରୁ ଏହି ଆକ୍ରମଣର ଘୋଷଣା ପରେ ନ୍ୟାସନାଲ୍ ସିକ୍ୟୁରିଟି କମିଟିର ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ବାଲାକୋଟ୍ ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିବା ଘଟଣାକୁ ଖାରଜ କରିଛନ୍ତି । ଇମରାନ୍ ଖାନଙ୍କ କହିବାନୁସାରେ ଭାରତ ଅନାବଶ୍ୟକ ଆକ୍ରମଣ ଦେଖାଉଛି ଯାହାର ଜବାବ୍ ପାକିସ୍ତାନ ଠିକ୍ ସମୟ ଏବଂ ଠିକ୍ ସ୍ଥାନରେ ଦେବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ରାଷ୍ଟ୍ରୀୟ ସୁରକ୍ଷା ସମିତି ବୈଠକ ଡକାଇଥିଲେ । ଯେଉଁଥିରେ ପାକିସ୍ତାନର ତିନି ମୁଖ୍ୟ ଏବଂ ଗୁଇନ୍ଦା ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଇମରାନ୍ ଖାନ୍ ଏହି ବୈଠକରେ ସୁରକ୍ଷାବଳ ଏବଂ ପାକିସ୍ତାନର ଜନତାଙ୍କୁ ପ୍ରତିଟି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି ।

ରାଷ୍ଟ୍ରୀୟ ସୁରକ୍ଷା ସମିତିର ବିଶେଷ ବୈଠକରେ ବିବରଣୀ ଦେଇ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ୍ ମହମ୍ମୁଦ୍ କୁରେସୀ କହିଥିଲେ ଯେ ଯେଉଁ ସ୍ଥାନରେ ଆକ୍ରମଣ ହୋଇଛି ଏହାର ଚିତ୍ର ଦୁନିଆ ସାମ୍ନାରେ ରହିଛି । ବିଦେଶୀ ଏବଂ ପାକିସ୍ତାନୀ ମିଡିଆକୁ ଉକ୍ତ ସ୍ଥାନର ଗସ୍ତ କରାଯିବ,ଯେଉଁଠାରେ ଅନେକ କ୍ଷତି ହୋଇଥିବାର କଥା କୁହାଯାଉଛି ।