ଭାରତର ଆକ୍ରମଣରେ ବାଉଳା ହେଲା ପାକିସ୍ତାନ! ପାକ୍ ସେନାର ବଡ ଘୋଷଣା, ଭାରତର ମିଛର ଜବାବ ସତରେ ଦେବୁ, ଉଚିତ ସମୟରେ ଦେବୁ ମୁହଁତୋଡ ଜବାବ

295

ଭାରତ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍ ପରେ ପ୍ରତିଶୋଧର ନିଆଁରେ ଜଳୁଛି ପାକିସ୍ତାନ । ରକ୍ତର ଜବାବ ରକ୍ତରେ ଦେବା ପାଇଁ ମଉକା ଖୋଜୁଜି ପାକିସ୍ତାନ । ସେଥିପାଇଁ ତ ଭାରତୀୟ ବାୟୁ ସେନାର ଆକ୍ରମଣର ମାତ୍ର କେଇ ଘଂଟା ପରେ ପରେ ହିଁ ପାକିସ୍ତାନ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ଗୁଳିବର୍ଷଣ । ଜାମ୍ମୁକଶ୍ମୀରର ନୌସେରା, ଅଖନୁର, ପୁଂଛ ଓ କୃଷ୍ଣା ଘାଟିରେ ଗୁଳି ମାଡ କରିଛି ପାକିସ୍ତାନ ସେନା । ତେବେ ଏହି ଗୁଳି ବିନିମୟରେ ଭାରତର ୧୦ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

https://www.ndtv.com

ଅନ୍ୟପଟେ, ପାକିସ୍ତାନ ସୀମାରେ ପଶି, ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଛି ଭାରତୀୟ ବାୟୁ ସେନା । ଆଉ ଏହାକୁ ନେଇ ଅଡୁଆରେ ପଡିଛି ପାକିସ୍ତାନ । ନା ଭାରତୀୟ ଯବାନଙ୍କ ଶୌର୍ଯ୍ୟ ଓ ବିରତ୍ୱର ଗାଥାକୁ ପାକିସ୍ତାନ ସହିପାରୁଛି ନା ଲୁଚାଇ ପାରୁଛି । ବାଲକୋଟ ହମଲାକୁ ପାକିସ୍ତାନ ସେନା ସ୍ୱିକାର କରିଛି, ହେଲେ ଏଥିରେ କୌଣସି ହତାହତ ହୋଇନଥିବା ଦାବି କରୁଛି । ବାୟୁସେନା ହମଲା କରିଥିବା ୩ଟି ସ୍ଥାନରେ ସେନା ମୁତୟନ କରାଯାଇ ଆକ୍ରମଣର ପ୍ରମାଣ ନଷ୍ଟ କରୁଥିବା ସୂଚନା ମିଳିଛି । ଯାହାକୁ ପରେ ଅନ୍ତର୍ଜାତୀୟ ମିଡିଆ ଡାକି ଘଟଣାସ୍ଥଳ ବୁଲାଇ ଭାରତ ହମଲା କରିନଥିବା କହିପାରିବ ଇସଲାମାବାଦ ।

ପାକିସ୍ତାନ ସେନାର ମେଜର ଜେନେରାଲ ଆସିଫ ଗଫୁର ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଭାରତର ଆକ୍ରମଣକୁ ସ୍ୱୀକାର କରିଛନ୍ତି । ହେଲେ ଆତଙ୍କବାଦୀ ଆଡ୍ଡା ଉପରେ ହମଲା ଘଟଣାକୁ ସେ ସଂପୁର୍ଣ୍ଣ ଅସ୍ୱୀକାର କରିଛନ୍ତି । ଆଉ ଆଗାମୀ ଦିନରେ ଭାରତକୁ ପାକିସ୍ତାନ କଡା ଜବାବ ଦେବ ବୋଲି କହିଛନ୍ତି ଆସିଫ ଗଫୁର । ଖାଲି ଏତିକି ନୁହେଁ ଭାରତକୁ ଚେତାବନୀ ଦେଇ କହିଛନ୍ତି କି, ଆମେ ଭାରତର ମିଛର ଜବାବ ସତରେ ଦେବୁ ଆଉ ଭାରତକୁ ଏକ୍ସପୋଜ କରିବୁ । ଭାରତ ଆମର ଜବାବର ଅପେକ୍ଷ କରୁ । ଯଦି ପୁଣି ଥରେ ଭାରତ ତାର ନିୟନ୍ତ୍ରଣ ରେଖା ଉଲ୍ଲଂଘନ କଲେ ତେବେ ଏହାର ପରିଣାମ ଅତ୍ୟନ୍ତ ଭୟାବହ ହେବ ଏବଂ ଭାରତ ପାଇଁ ଏହା ମହଙ୍ଗା ପଡିବ ବୋଲି କହିଛନ୍ତି ଆସିଫ ଗଫୁର ।

ପୁଲୱାମା ହମଲାର ପ୍ରତିଶୋଧ ମାତ୍ର ୧୨ ଦିନ ଭିତରେ ନେଇଛି ଭାରତ । ୧୯୭୧ ପରେ ପାକିସ୍ତାନ ମାଟିରେ ଭାରତ କରିଛି ସବୁଠୁ ବଡ ଏୟାର ଷ୍ଟ୍ରାଇକ୍ । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ବଡ ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋରୁ ପାକିସ୍ତାନ ମାଟିରେ ପଶି ଆତଙ୍କୀ ଲଂଚପ୍ୟାଡ ଉପରେ ଜୋରଦାର ବୋମା ବର୍ଷଣ କରିଛି ଭାରତୀୟ ଯୁଦ୍ଧ ବିମାନ । ପାକ୍ ଅଧିକୃତ କାଶ୍ମୀରର ବାଲାକୋଟ୍, ମୁଜାଫରାବାଦ ଓ ଚକୋଟିରେ ଆକାଶମାର୍ଗରୁ ଆକ୍ରମଣ କରିଛି ଭାରତ । ପୁଲୱାମା ହମଲା ପଛରେ ଥିବା ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଠିକଣା ଉପରେ ହୋଇଛି ସାଂଘାତିକ ଆକ୍ରମଣ ।