ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଆମେରିକାର କଡା ଚେତାବନୀ ! କହିଲା,ନିଜ ମାଟିରେ ଆତଙ୍କୀଙ୍କ ବିରୋଧରେ କର କାର୍ଯ୍ୟାନୁଷ୍ଠାନ

274

କନକ ବ୍ୟୁରୋ : ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଆମେରିକା କଡା ଚେତାବନୀ ଦେଇଛି । ଆମେରିକା କହିଛି, ନିଜ ମାଟିରୁ ଆତଙ୍କୀଙ୍କ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ କରୁ । ଆତଙ୍କବାଦ ଦମନ ପାଇଁ ଭାରତ ସହିତ ଆମେରିକା ଅଛି ବୋଲି କହିଛି ୱାଂଶିଟନ । ୟୁଏସ ସେକ୍କେଟାରୀ ମାଇକ ପମ୍ପ ଏ ନେଇ ପାକିସ୍ତାନକୁ ଚେତାଇ ଦେଇଛନ୍ତି । ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନଷ୍ଠାନ ପାଇଁ ବି ଏଥିରେ କୁହାଯାଇଛି ।ଏହାପୂର୍ବରୁ ଆମେରିକା ପାକିସ୍ତାନକୁ ଚେନାବନୀ ଦେଇସାରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱାରା ପାକିସ୍ତାନକୁ ଦିଆଯାଇଥିବା ସାହାଯ୍ୟ ଉପରେ ମଧ୍ୟ ରୋକ ଲଗାଯାଇଛି । କିନ୍ତୁ ପାକିସ୍ତାନ ସୁଧୁରିବାର ନାଁ ନେଉନି ।

narendra modi and donald trump

ସେପଟେ ପିଓକେ ଓ ଖ୍ୱାବର ପଖତୁନଖାବରେ ଭାରତର ଏୟାର ଷ୍ଟ୍ରାଇକ ଘଟଣା ପରେ ପାକିସ୍ତାନର ହାତ ଛାଡିଛି ଚୀନ୍ । ସବୁବେଳେ ପାକିସ୍ତାନ ସପକ୍ଷ ଓକିଲାତି କରି ଭାରତକୁ ବିରୋଧ କରିଆସୁଥିବା ବେଞ୍ଜିଂ ଏଥର ସ୍ୱର ବଦଳାଇଛି । ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛି । ଏୟାର ଷ୍ଟ୍ରାଇକ ସଂପର୍କରେ ଚୀନକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଜଣାଇବା ପରେ ଏନେଇ ପ୍ରତିକ୍ରିୟା ରଖିଛି ଚୀନ । ଉଭୟ ଭାରତ ଓ ପାକିସ୍ତାନକୁ ଦ୍ୱିପାକ୍ଷିକ ଆଲୋଚନା କରି ସର୍ମ୍ପକ ମଜୁବତ କରିବାକୁ ପର୍ରାମଶ ଦେଇଛି । ଏଥିସହ ଦୁଇ ଦେଶ ସଂଜମତା ବଜାୟ ରଖନ୍ତୁ ବୋଲି କହିଛି ବେଞ୍ଜିଂ । ଦକ୍ଷିଣ ଏସିଆର ଶାନ୍ତି ଓ ସ୍ଥିରତା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ମଧୁର ସର୍ମ୍ପକ ଜରୁରୀ ବୋଲି କହିଛନ୍ତି ଚୀନ ବୈଦେଶିକମନ୍ତ୍ରଳାୟ ପ୍ରବକ୍ତା ଲୁ କାଙ୍ଗ ।