ପାକିସ୍ତାନ ସେନା ଅଧିକାରୀ କେମିତି ଠୁଳ କଲେ ଏତେ ସମ୍ପତ୍ତି, ପରିବାର ଲୋକଙ୍କ ପାଖରେ ୧୨ ଶହ କୋଟି ଟଙ୍କାର ସମ୍ପତ୍ତି

162

କନକ ବ୍ୟୁରୋ : ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ସମ୍ପୂର୍ଣ୍ଣ ଦୁର୍ବଳ । ଦେଶ ଚଳାଇବାକୁ ପ୍ରଧାନମନ୍ତ୍ରୀ ଚାଇନା ପାଖରେ ହାତପାତୁଛି । ହେଲେ ଅନ୍ୟପଟେ ଖବର ମିଳିଛି କି ପାକିସ୍ତାନର ସେନା ମୁଖ୍ୟ ଜେନରାଲ କମର ଜାବେଦ ବାଜୱାଙ୍କ ପରିବାର ଓ ସଂପର୍କୀୟମାନଙ୍କ ପାଖରେ ଗତ ୬ ବର୍ଷ ମଧ୍ୟରେ ୧୨ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠୁଳ ହୋଇଛି । ଏକ ପାକିସ୍ତାନୀ ୱେବସାଇଟରେ ପ୍ରକାଶିତ ଖବର ମୁତାବକ ବାଜୱା ଓ ତାଙ୍କ ପରିବାର ଲୋକଙ୍କ ପାଖରେ ଗତ ୬ ବର୍ଷ ମଧ୍ୟରେ ୧୨.୭ ଅରବ ବା ୧୨ ଶହ ୭୦କୋଟି ଟଙ୍କାର ସମ୍ପତ୍ତି ଠୁଳ ହୋଇଛି । ଏଭଳି ଖବର ପ୍ରକାଶିତ ହେବା ପରେ ପାକିସ୍ତାନ ସରକାର ସେମାନଙ୍କର ଟ୍ୟାକ୍ସ ରେକର୍ଡ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପିଟିଆଇ ମୁତାବକ ପାକିସ୍ତାନର ଫ୍ୟାକ୍ଟଫୋକସ ୱେବସାଇଟ (ଯାହାକି ଡାଟା ଆଧାରିତ ସମାଚାର) ଉପରେ କାମ କରିଥାଏ ବୋଲି କୁହାଯାଏ ସେ ତାର ୱେବସାଇଟରେ ଏହି ତଥ୍ୟ ପ୍ରକାଶ କରିଛି । ପ୍ରକାଶିତ ତଥ୍ୟ ମୁତାବକ ବାଜୱା ଓ ତାଙ୍କ ପରିବାର ଲୋକ ୨୦୧୩-୨୦୨୧ ମଧ୍ୟରେ ୧୨.୭ ଅରବ ସମ୍ପତ୍ତି ଠୁଳ କରିଛନ୍ତି ।

ସୂଚନା ଥାଉକି ଚଳିତମାସ ଶେଷରେ ବାଜୱାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଠିକ୍ ଏତିକି ବେଳେ ବାଜୱା ଓ ତାଙ୍କ ପରିବାର ଲୋକ ଏତେ ସମ୍ପତ୍ତି ଠୁଳ କରିଥିବା ଖବର ଆସିବା ପରେ ପାକିସ୍ତାନ ରାଜନୀତି ସରଗରମ ହେବାରେ ଲାଗିଛି ।