ଦିଲ୍ଲୀରେ ଆଜି ବିରୋଧୀଙ୍କ ମହାମେଳି : ୨୦୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିରୋଧରେ ହେବ ରଣନୀତି

ଚନ୍ଦ୍ରବାବୁ ନାଇଡୁଙ୍କ ଡାକରାରେ ସାମିଲ ହେବେ ୨୦ ଦଳ । 

193

କନକ ବ୍ୟୁରୋ : ଆଜି ରାଜଧାନୀରେ ମୋଦିବିରୋଧୀ ମହାମେଂଟର ମହାମେଳି  । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଡକାଇଥିବା ଏହି ମହାମେଂଟ ବୈଠକରେ ୨୦୧୯ ନିର୍ବାଚନ ପାଇଁ ରଣନୀତି ସ୍ଥିିର ହେବା କୁହାଯାଉଛି  । ଏହି କ୍ରମରେ ଷ୍ଟାଲିନ୍ ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ବେଳେ ଏଥିରେ ଅନେକ ଏନଡିଏ ବିରୋଧୀ ୨୦ଟି ଦଳର ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି  । ସୋନିଆ, ରାହୁଲ ଓ ଚନ୍ଦ୍ରବାବୁ ନାଇଡୁଙ୍କ ବ୍ୟତୀତ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଡିଏମକେ ମୁଖ୍ୟ ଷ୍ଟାଲିନ୍, ଜେଡ଼ିଏସ ନେତା ଦେବେଗୌଡ଼ା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ, ଆରଜେଡ଼ି ନେତା ତେଜସ୍ୱୀ ଯାଦବ, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଏନସିପି ମୁଖ୍ୟ ଶରଦ ପାୱାର ଯୋଗ ଦେବେ  । ତେବେ ବିଏସପି ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ବୈଠକରେ ନିମନ୍ତ୍ରଣ କରାଯାଇଛି  । ୨୦୧୯ରେ ବିଜେପିକୁ ହରାଇବାକୁ ଏହି ବୈଠକରେ ରଣନୀତି ନିର୍ଦ୍ଧାରିତ ହେବ  ।

ମିଳିଥିବା ସୂତ୍ରରୁ ଜଣାପଡିଛି ଯେ, ହେବାକୁ ଥିବା ଏହି ବୈଠକରେ ବିରୋଧୀ ଦଳ ସରକାରୀ ବିଧାୟକ ଓ ରାଫେଲ ଚୁକ୍ତି ତଥା କୃଷକଙ୍କ ସମ୍ବନ୍ଧରେ ଚର୍ଚ୍ଚା କରିବେ । ନା କେବଳ ଅଣ-ବିଜେପି ଦଳର ପ୍ରମୁଖ ବରଂ କେରଳ, ପଂଜାବ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କୁ ବି ବୈଠକ ପାଇଁ ନିମନ୍ତ୍ରଣ କରାଯାଇଛି ।