ଜମ୍ମୁ-କାଶ୍ମୀର ଆତଙ୍କବାଦ ନିରୋଧ ଅଭିଯାନକୁ ମିଳିଲା ବଡ ସଫଳତା ! ସେନା ଗୁଳିରେ ଲସ୍କର କମାଣ୍ଡର ନିପାତ

19

କନକ ବ୍ୟୁରୋ: ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଜମ୍ମ-ୁକଶ୍ମୀର ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁରେ ନିହତ ହୋଇଛିି ଲସ୍କର ଏ ତୋୟବାର ଟପ କମାଣ୍ଡର ବସିର୍ ଳସ୍କରି । ଲସ୍କରୀଙ୍କ ସମେତ ସେନା ଗୁଳିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଆତଙ୍କବାଦୀଙ୍କ କବଜାରୁ ୧୭ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ମୁକୁଳାଇଛି ସେନା ।

୧୯୯୯ ମସିହାର ଆତଙ୍କବାଦୀ ସଂଗଠନରେ ସାମିଲ ହେବା ପରେ ପାକିସ୍ତାନରେ ଆତଙ୍କବାଦର ଟ୍ରେନିଂ ନେଇଥିଲା ବସୀର । ୨୦୧୨ରେ ପିଓକେକୁ ଫେରିବା ପରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିଲା ବସିର୍ । ବସିର୍ ମୁଣ୍ଡରେ ୧୦ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ପୂର୍ବରୁ ମଧ୍ୟ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଫେରାର ହେବାକୁ ସକ୍ଷମ ହୋଇଥିଲା ବସିର୍ । ତେଣୁ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା ।

୪ ଜଣ ଆତଙ୍କବାଦୀ ଗାଁରେ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍ । ଆତଙ୍କବାଦୀ ବସିର୍ ବିରୋଧରେ ୬ ଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଥିଲା । ଏନକାଉଟଂରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି ।