ଦିଲ୍ଲୀରେ ଖୋଲିବ ଓଡ଼ିଆ ଭାଷା ଏକାଡେମୀ

47

କନକ ବ୍ୟୁରୋ: ଓଡ଼ିଆ ଭାଷା ଏକାଡେମୀ ଖୁବ୍ ଶୀଘ୍ର ଦିଲ୍ଲୀରେ ଖୋଲିବ ବୋଲି ଜଣାପଡ଼ିଛି । ଓଡ଼ିଆ ଭାଷା ସମେତ ୧୩ଟି ଭାଷାର ଏକାଡେମୀ ଖୋଲିବାକୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ରାଜ୍ୟ ସରକାରଙ୍କ କଳା, ସଂସ୍କୃତି ଓ ଭାଷା ବିଭାଗକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦିଲ୍ଲୀରେ ପୂର୍ବରୁ ହିନ୍ଦୀ, ସଂସ୍କୃତ, ସିନ୍ଧି, ଉର୍ଦ୍ଦୁ ସମେତ ୬ଟି ଭାଷାର ଏକାଡେମୀ ରହିଛି ।

ବିଭିନ୍ନ ଭାଷାଭାଷୀ ଲୋକ ଏଠାରେ ବାସ କରୁଥିବାରୁ ଆଉ ୧୨ଟି ଭାଷାର ଏକାଡେମୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗତ ବଜେଟ ଭାଷଣରେ ସିସୋଦିଆ ଦିଲ୍ଲୀରେ ଅନ୍ୟ ସବୁ ଭାଷାର ଏକାଡେମୀ ପ୍ରତିଷ୍ଠା କରାଯିବ ଓ ଏଥିପାଇଁ ବ୍ୟୟ ବରାଦ କରାଯିବ ବୋଲି କହିଥିଲେ ।