ରେଳବାଇରେ ବାହାରିଲା ନିଯୁକ୍ତି ସୁଯୋଗ : ଦଶମ ଶ୍ରେଣୀର ମାର୍କ ଆଧାରରେ ହେବ ସିଧାସଳଖ ଭର୍ତ୍ତି

ଅଫିସିଆଲ ୱେବସାଇଟ୍ www.rrcjaipur.in କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ ।

2,191

ରେଳବାଇରେ ଚାକିରୀ କରିବାକୁ ଇଚ୍ଛା ରଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଉତ୍ତର-ପଶ୍ଚିମ ରେଳବାଇ ୨୦୯୦ ଆକ୍ଟ ଆପ୍ରେଣ୍ଟିସ୍ ପଦ ପାଇଁ ଆବେଦନ ପ୍ରକାଶ ପାଇଛି । ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଦିଆଯାଇଥିବା ଫର୍ମାଟରେ ୩୦ ଡିସେମ୍ବର ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ୍ www.rrcjaipur.in କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ ।

ପଦବୀର ବିବରଣୀ :

ମୋଟ୍ ପଦବୀ ସଂଖ୍ୟା : ୨୦୯୦

ଆଜମେର ଡିଭିଜନ୍ : ୪୨୦

ବିକାନିର ଡିଭିଜନ୍ : ୪୧୨

ଜୟପୁର ଡିଭିଜନ୍ : ୫୦୩

ଯୋଧପୁର ଡିଭିଜନ୍ : ୪୧୦

ବିଟିସି କ୍ୟାରିଏଜ୍ -୧୬୬

ବିଟିସି ଲୋକୋ-୫୭

କ୍ୟାରିଏଜ୍ ୱାର୍କଶପ(ବିକାନିର୍) -୩୭

କ୍ୟାରିଏଜ୍ ୱାର୍କଶପ(ଯୋଧପୁର)-୮୫

ଯୋଗ୍ୟତା : ଏହି ପଦ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୫୦% ଅଙ୍କ ସହିତ ଦଶମ ପାସ୍ କିମ୍ବା ତାହାର ସମକକ୍ଷ ହେବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀ ୩୦ ସେପ୍ଟେମ୍ବର ୨୦୧୮କୁ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ୍ । ଏହା ବ୍ୟତୀତ ସରକାରୀ ନିୟମ ମୁତାବକ ଆରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ବୟସ ସୀମାରେ ରିହାତି ମିଳିବ ।

ଆବେଦନ ଶୁଳ୍କ :

ସାମାନ୍ୟ ଓ ଓବିସି ବର୍ଗ -୧୦୦ ଟଙ୍କା

ଏସସି/ଏସଟି/ ଦିବ୍ୟାଙ୍ଗ/ମହିଳା -ନିଃଶୁଳ୍କ

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଦଶମରେ ମିଳିଥିବା ମାର୍କ ଆଧାରରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ପରେ ହେବ ।