ଏଣିକି ଜିକା ଭାଇରସର ଚିକିତ୍ସା ହେବ ସମ୍ଭବ : ୬ ଜିକା ଭାଇରସ୍ ଆଣ୍ଟିବଡି କରାଯାଇଛି ବିକସିତ

ଜିକା ଦ୍ୱାରା ଗତ କିଛି ବର୍ଷରେ ଦୁନିଆରେ ୧୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି ।

130

ଗତ କିଛି ମାସ ମଧ୍ୟରେ ରାଜସ୍ଥାନ ଓ ବିହାରର କେତେକ ସ୍ଥାନରେ ଜିକା ଭାଇରସର ଆତଙ୍କ ଦେଖାଯାଇଛି । ଜୟପୁରରେ ୨୨ରୁ ଅଧିକ ଲୋକଙ୍କ ମଧ୍ୟରେ ଜିକା ଭାଇରସ୍ ସଂକ୍ରମଣ ପାଇବାକୁ ମିଳିଛି । ଏପର୍ଯ୍ୟନ୍ତ ଭାଇରସର କୌଣସି ଟିକା ନଥିଲା ଏବଂ ନା କୌଣସି ଉପଚାର । ଏହି ସଂକ୍ରମଣରେ ପୀଡିତ ଲୋକଙ୍କ ଯନ୍ତ୍ରଣାରେ ଆରାମ ଦେବା ପାଇଁ ପାରାସିଟାମଲ ଦିଆଯାଉଥିଲା । କିନ୍ତୁ ଜଣେ ଭାରତୀୟ ମୂଳର ଆମେରିକୀୟ ଚିକିତ୍ସକଙ୍କ ନେତୃତ୍ୱରେ ଗବେଷକଙ୍କ ଟିମ୍ ୬ ଜିକା ଭାଇରସ୍ ଆଣ୍ଟିବଡି ବିକସିତ କରିଛନ୍ତି । ଯାହା ମାଶା ଦ୍ୱାରା ହେଉଥିବା ରୋଗର ଚିକିତ୍ସାରେ ସହାୟକ ହୋଇପାରିବ । ଜିକା ଦ୍ୱାରା ଗତ କିଛି ବର୍ଷରେ ଦୁନିଆରେ ୧୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି ।

ଚିକାଗୋର ଲୋୟୋଲା ୟୁନିଭର୍ସିଟିର ପ୍ରଫେସରଙ୍କ କହିବାନୁସାରେ, ଆଣ୍ଟିବଡି ୨ ପ୍ରକାରରେ ଉପଯୋଗୀ ହୋଇପାରିବ । ପ୍ରଥମେ ଏଥିରେ ଜିକା ଭାଇରସ୍ ସଂକ୍ରମଣକୁ ଚିହ୍ନିବାର କ୍ଷମତା ଅଛି ଓ ଦ୍ୱିତୀୟରେ ଆଗକୁ ସଂକ୍ରମଣର ଚିକିତ୍ସା ପାଇଁ ବି ଉପଯୋଗୀ ହୋଇପାରିବ । ସେ କହିଲେ କି, ଏହି ଆଣ୍ଟିବଡିକୁ ଜିକା ଭାଇରସକୁ ଚିହ୍ନିବା ପାଇଁ ଏକ ସାଧାରଣ ଫିଲ୍ଟର ପେପର ଟେଷ୍ଟର ବ୍ୟବହାର କରାଯାଇପାରିବ । ପରୀକ୍ଷଣ ସମୟରେ ଯଦି ଫିଲ୍ଟର ପେପରର ରଙ୍ଗ ବଦଳିଯାଉଛି । ତେବେ ଏହାର ଅର୍ଥ ଜିକାର ପ୍ରଭାବ ଅଛି । ୬ପ୍ରକାରର ସିଂଥେଟିକ୍ ଆଣ୍ଟିବଡିକୁ ବିକସିତ କରାଯାଇଛି, ଯାହା ଜିକା ଭାଇରସ୍ ସହିତ ଜଡିତ ।