ସୁନୀଲ ଅରୋରା ନୂଆ ମୁଖ୍ୟ ନିର୍ବାଚନ କମିଶନର : ପରିଚାଳନା କରିବେ ୨୦୧୯ ସାଧାରଣ ନିର୍ବାଚନ

ଓପି ରାୱତଙ୍କ ଅବସର ପରେ ଆଇଏଏସ ସୁନୀଲଙ୍କୁ ନୂଆ ଦାୟିତ୍ୱ

111

କନକ ବ୍ୟୁରୋ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟଭାର ନେଲେ ସୁନୀଲ ଆରୋରା । ଆଇଏଏସ୍ ଅଧିକାରୀ ସୁନୀଲ ଆରୋରା ୨୩ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟଭାର ନେଇଛନ୍ତି । ତାଙ୍କୁ ଓପି ରାୱତଙ୍କ ସ୍ଥାନରେ ନୂଆ ଦାୟିତ୍ୱ ଦିଆଯାଇଛି । ଏବେ ଅରୋରାଙ୍କ ନେତୃତ୍ୱରେ ୨୦୧୯ ଲୋକସଭା ନିର୍ବାଚନ ପରିଚାଳନା କରାଯିବ । ଓପି ରାୱତ ଗତକାଲିଠାରୁ ଅବସର ନେଇ ସାରିଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ସେ ଭିନ୍ନ ଭିନ୍ନ ବରିଷ୍ଠ ପଦବୀରେ କାମ କରିଥିବା ସତ୍ୱେ ମଧ୍ୟ ନିଜର ଦାୟିତ୍ୱ କେବେ ଭୁଲନ୍ତି ନାହିଁ । ଆସନ୍ତା ଲୋକସଭା ନିର୍ବାଚନ ବ୍ୟତିତ ଅରୋରାଙ୍କ ନେତୃତ୍ୱରେ ଆସନ୍ତାବର୍ଷ ଜମ୍ମୁକଶ୍ମୀର, ଓଡିଶା, ମହାରାଷ୍ଟ୍ର, ହରିୟାଣା , ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକିମ ବିଧାନସଭା ନିର୍ବାଚନ ପରିଚାଳନା ହେବ । ସେ ୧୯୮୦ ବ୍ୟାଚର ଆଇଏଏସ୍ ଅଫିସର । ଅରୋରା ୨୦୧୭ ଅଗଷ୍ଟ ମାସରୁ ନିର୍ବାଚନ କମିଶନର ଥିଲେ ।