ଉତ୍ତର କୋରିଆର ଆଣିବକ କେନ୍ଦ୍ରରେ ଭୟାବହ ଦୁର୍ଘଟଣା ! ୨୦୦ ମୃତ, କଥା ଲୁଚାଇ ରଖିଥିଲେ କିମ ଜଙ୍ଗ

63

ପରମାଣୁ ବମ ଆକ୍ରମଣର ଭୟାବହତା ପୂରା ବିଶ୍ୱ ଦେଖିଛି । କିଭଳି ଭାବେ ନର ସଂହାର କରିଥାଏ ଏହି ବମ ତାହାର ବାସ୍ତବ ଚିତ୍ର ସମସ୍ତେ ଜାଣିଛନ୍ତି । କିନ୍ତୁ ତା ପରେ ମଧ୍ୟ ସୁଧୁରୁ ନାହାନ୍ତି ବିଶ୍ୱର ଅନେକ ଦେଶ । ବାରମ୍ବାର ପରାମାଣୁ ଆକ୍ରମଣର ଧମକ ଦେଉଛନ୍ତି । ଏହାର ଜଳ୍ୱନ୍ତ ଉଦାହରଣ ହେଉଛି ଆମେରିକା- ଉତ୍ତର କୋରିଆ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧ । ଉଭୟ ଦେଶ ପରସ୍ପରକୁ ପରମାଣୁ ଆକ୍ରମଣର ଧମକ ଦେଉଛନ୍ତି । ତେବେ ଏସବୁ ଭିତରେ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ପରମାଣୁ ଆକ୍ରମଣ ପୂର୍ବରୁ ଚାଲିଯାଇଛି ୨୦୦ ଜୀବନ । ଉତ୍ତର କୋରିଆ ପରମାଣୁ ପରୀକ୍ଷଣ କେନ୍ଦ୍ରରେ ଦୁର୍ଘଟଣା ଘଟିବାରୁ ପ୍ରାୟ ୨୦୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହାଛଡା ଆହୁରି ୧୦୦ ଲୋକ ଏହି ସୁଡଙ୍ଗରେ ଫଶି ରହିଥିବା ଅନୁମାନ କରାଯାଉଛି । ଏହାଦ୍ୱାରା ରେଡିଡ଼ଆକ୍ଟିଭ ଲିକ୍ ହେବାର ବିପଦ ଦେଖାଦେଇଛି ।

imagesଜାପାନର ଏକ ମିଡିଆ ରିପୋର୍ଟ ମୁତାବିକ, ଚଳିତମାସ ୧୦ ତାରିଖରେ ଏହି ଦୁର୍ଘଟଣା ହୋଇଥିଲା । କିନ୍ତୁ ଏହି ଘଟଣାକୁ ଚପାଇ ଦିଆଯାଇଥିଲା । କିନ୍ତୁ ରେଡିଓଆକ୍ଟିଭ ଲିକ୍ ହେବା ଭୟରେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣା ଉତ୍ତରକୋରିଆର ଉତ୍ତର-ପୂର୍ବ ପ୍ରାନ୍ତରେ ଅବସ୍ଥିତ ପେଙ୍ଗ-ରି ପରୀକ୍ଷଣ କେନ୍ଦ୍ରର ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗ ମଧ୍ୟରେ ହୋଇଛି । ପରମାଣୁ ପରୀକ୍ଷଣ ନୁହେଁ ବରଂ ସୁଡଙ୍ଗର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି ବୋଲି କହି ଉତ୍ତର କୋରିଆ ବିଶ୍ୱ ସମୁଦାୟକୁ ଅନ୍ଧାରରେ ରଖିଛି ।

ଋିପୋର୍ଟ ମୁତାବିକ, ଗତ ମାସରେ କିମ ଜଙ୍ଗ ପରମାଣୁ ପରୀକ୍ଷଣ କରିଥିଲେ । ଏହାର ପ୍ରଭାବରେ ପରୀକ୍ଷଣ କେନ୍ଦ୍ରରେ ଭୂମିକମ୍ପ ହୋଇଥିଲା । ଏହାର ପ୍ରଭାବ ସିଧାସଳଖ ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗ ଉପରେ ପଡିଥିଲା । ଫଳରେ ଏଭଳି ଦୁର୍ଘଟଣା ହୋଇଥିଲା ।