ପୁରୀ ଶ୍ରୀମନ୍ଦିରରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଉପମୁଖ୍ୟ ପ୍ରଶାସକଙ୍କ ସହ ସେବାୟତଙ୍କ ଆଲୋଚନା; ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତି ଅନୁଯାୟୀ ମନ୍ଦିର ଭିତରେ ରଥକାଠ ପୂଜା ଓ ଚନ୍ଦନ ଯାତ୍ରା ବିଧି କରିବାକୁ ଆଲୋଚନା

208

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ଚନ୍ଦନ ଯାତ୍ରାର ବିଧି । ଲକଡାଉନ କଟକଣା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଦେଇଛନ୍ତି । ଅର୍ଥାତ ରଥ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି , ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ମନ୍ଦିର ଭିତରେ ଆରମ୍ଭ ହେବ ।

ଗତକାଲି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ନିଷ୍ପତି ନିିଆଯାଇଥିବା ବ୍ୟବସ୍ଥାରେ, ଶ୍ରୀମନ୍ଦିର ଭିତରେ ହେବାକୁ ଥିବା ଏହି ନୀତି ସ୍ଥାନକୁ ପରଖିଛନ୍ତି ସେବାୟତ । ଉପମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ରଥକାଠ ପୂଜା ଏବଂ ବାହାର ଚନ୍ଦନ ଯାତ୍ରା ବିଧିକୁ ଶ୍ରୀମନ୍ଦିର ଭିତରେ କିପରି କରାଯିବ ସେନେଇ ଆଲଚନା ହେବ । କାଲି ପବିତ୍ର ଅକ୍ଷୟ ତୃତୀୟା । କେନ୍ଦ୍ରର ଗାଇଡଲାଇନ ଅନୁସାରେ ବାହେରେ କାମ ହେବ ନାହିଁ । ତେଣୁ ଶ୍ରୀମନ୍ଦିର ଭିତରେ ନୀତି ସମ୍ପାଦିତ କରାଯିବ । ମେଘନାଦ ପାଚେରୀକୁ ଲାଗି ରହିଥିବା ସାହାଣି ମଣ୍ଡପ ନିକଟରେ ରଥକାଠ ପୂଜା କରାଯିବ । ଏହି ବିଧି କିପରି କରାଯିବ ସେନେଇ ସେବାୟତଙ୍କ ସହିତ ଆଲୋଚନା ହେବ ।