ନବରଙ୍ଗପୁରରେ କରୋନା କଟକଣାରେ ଭିତରେ ପୁସ୍ତକ ବଂଟନ: ସ୍କୁଲକୁ ଆସିଲେ ଅଭିଭାବକ; ସାମାଜିକ ଦୂରତା ରଖି ପିଲାଙ୍କ ପାଇଁ ନେଲେ ବହି

158

କନକ ବ୍ୟୁରୋ: ସ୍କୁଲରେ ବଂଟା ହେଲା ବହି । ତାଲା ବନ୍ଦ ପାଇଁ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ନପଡ଼ିବା ପାଇଁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ବହି ବଂଟା ଯାଇଛି । ଘରେ ରହି ଛାତ୍ରଛାତ୍ରୀ କିପରି ସୁରକ୍ଷିତରେ ପାଠ ପଢ଼ିବେ ସେନେଇ ନିଆଯାଇଛି ଏହି ପଦକ୍ଷେପ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଜିଲ୍ଲା ଉମରକୋର୍ଟ ଏକ୍ସ ବୋର୍ଡ଼ ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହି ବଂଟା ଯାଇଛି । ଛାତ୍ରଛାତ୍ରୀଙ୍କ ବଦଳରେ ସେମାନଙ୍କ ବହି ଅଭିଭାବକଙ୍କୁ ପ୍ରଦାନ କରାଯାଇଛି । ହେଲେ ବହି ବଂଟନ ସମୟରେ ସାମାଜିକ ଦୂରତା ରକ୍ଷା କରିବା ମାସ୍କ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି ।

ଅନ୍ୟପଟେ, କରୋନା କଟକଣା ଭିତରେ କେମିତି ହେବ ପିଲାଙ୍କ ପାଠପଢା, ତାକୁ ନେଇ ଚିନ୍ତାରେ ଶିକ୍ଷା ବିଭାଗ । ସ୍କୁଲ, କଲେଜ ବନ୍ଦ ଯୋଗୁଁ ପାଠପଢା ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ପ୍ରାୟ ୨ ମାସ ବିଳମ୍ବରେ ଚାଲିଛି ପିଲାଙ୍କ ପାଠପଢା । କାରଣ ଏପର୍ଯ୍ୟନ୍ତ ନୂଆ ଶିକ୍ଷାବର୍ଷ ପାଇଁ ପିଲାଙ୍କ ନାମଲେଖା ସହିତ ପାଠପଢା ଆରମ୍ଭ ହୋଇଯିବା କଥା । ହେଲେ ବିଶ୍ୱ ମହାମାରୀ କରୋନା ବାପୁଥିବାରୁ ତାଲାବନ୍ଦ ଭଳି ପରିସ୍ଥିତି ଆଉ କେତେଦିନ ରହିବ, ତାହା କହିବା ମୁସ୍କିଲ । ଏଭଳି ପରିସ୍ଥିତିରେ ୨୦୨୦-୨୧ ଶିକ୍ଷାବର୍ଷର ପାଠ୍ୟକ୍ରମକୁ କମାଇ ଦେବାପାଇଁ ଚିନ୍ତା କରୁଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ।