ତାତିରୁ ମିଳିବନି ତ୍ରାହି : ୨ଦିନ ପାଇଁ ହିଟୱେଭ ଜାରି କଲା ପାଣିପାଗ ବିଭାଗ; ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

1,774

କନକ ବ୍ୟୁରୋ : ତାତିରୁ ମିଳିବନି ତ୍ରାହି । ୨ଦିନ ମଧ୍ୟରେ ୩ରୁ ୫ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏବଂ ୨ଦିନ ପାଇଁ ହିଟ୍ ୱେଭ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଅନୁଗୁଳ, ଦେବଗଡ ପାଇଁ ୟୋଲୋ ୱାର୍ଣ୍ଣି ଜାରି କରାଯାଇଛି ।

ଗତକାଲି ୮ଟି ସହରରେ ୪୨ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏବଂ ୨୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ଗତକାଲି ବାରିପଦା ପାଲଟିଥିଲା ରାଜ୍ୟର ଉତପ୍ତ ସହର । କେବଳ ଓଡିଶାର ନୁହେଁ ଆଜି ବିଶ୍ୱର ସବୁଠାରୁ ଉତପ୍ତ ସହର ବୋଲି ଦର୍ଶାଇଛି ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଓଜିମେଟ୍ । ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।

ସେହିଭଳି ବିଶ୍ୱର ପ୍ରଥମ ଦଶଟି ଉତ୍ତପ୍ତ ସହର ମଧ୍ୟରେ ସ୍ଥାନ ପାଇଛି ଅନୁଗୁଳ । ଅନୁଗୁଳରେ ତାପମାତ୍ରା ୪୨. ୫ ଡିଗ୍ରୀ ଅଛି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା । ଦିନ ବଢ଼ିବା ସହ ବଢୁଛି ତାତି । ପ୍ରବଳ ଗୁଳୁଗୁଳି ସହ ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ଆହୁରି ୩ ଦିନ ଛଟପଟ କରିବ ଗ୍ରୀଷ୍ମପ୍ରବାହ ।